Below header

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ମାହାଙ୍ଗା ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର

ମାହାଙ୍ଗ (କେନ୍ୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳ ରେ ପ୍ରଭାବିତ ହୋଇଛି କଟକ ଜିଲ୍ଲା।  ସେଥି ମଧ୍ୟରୁ ମାହାଙ୍ଗା ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିସର ଓ ରୋଗୀଙ୍କ ରୁମ୍ ରେ ପାଣି ପଶି ଯାଇଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ଏପରିକି ରୁମ୍ ବାହାରକୁ କୌଣସି କାମ ପାଇଁ ଗଲେ ପାଣିରେ ଯିବାକୁ ପଡୁଛି ରୋଗୀଙ୍କ ସଂପର୍କୀୟ ମାନଙ୍କୁ । ବଡ଼ ଲେବର ରୁମ୍ ଓ କୋମଳ ମତି ପିଲା ଓ ତାଙ୍କ ମାଆଙ୍କ ପାଇଁ ବହୁ ଅସୁବିଧା ହେଉଛି ।

havey rain

ସ୍ବାସ୍ଥ୍ୟ କେନ୍ଦ୍ରର ଜଏଣ୍ଟ ହୋଇଥବା ଛାତରୁ ପାଣି ପଡିଛି ଏବଂ ଘରର ଗ୍ରିଲ୍ ଦୁଆର ମୁହଁ ବାଟେ ଦେଇ ମେଡିକାଲ୍ ରୁମ୍ ଭିତରକୁ ପାଣି ପଶୁ ଛି ଏଥି ପ୍ରତି ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ରୋଗୀଙ୍କ ସଂପର୍କୀୟ ଦାବି କରିଛନ୍ତି ସରକାରଙ୍କ ନିକଟରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.