ବ୍ରହ୍ମପୁର: ଲଗାଣ ବର୍ଷାରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା କୋଠା

ବ୍ରହ୍ମପୁର (କେନ୍ଯୁଜ): ବ୍ରହ୍ମପୁରରେ ବର୍ଷା ବିତ୍ପାତ। ଲଗାଣ ବର୍ଷାରେ ଭାଙ୍ଗିଲା ଶହ ଶହ ବର୍ଷର ପୁରୁଣା କୋଠା। ସହରର ଗିରି ମାର୍କେଟ ନିକଟରେ ଥିବା ବହୁ ପୁରାତନ ତେଲୁଗୁ ମହିଳା ସମାଜର କୋଠା ସଂପୂର୍ଣ୍ଣ ଭାବେ ଭୁଶୁଡି ପଡିଛି। ତେବେ ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଲଗାଣ ବର୍ଷାରେ ଜନଜୀବନ ସଂପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ତଳିଆ ଅଞ୍ଚଳ ମାନଙ୍କରେ ପାଣି ଜମି ରହିଛି। ଫଳରେ ପ୍ରଭାବିତ ହୋଇଛି ଜୀବନଯାତ୍ରା। ସହରରେ ଜଳବନ୍ଦୀ ସ୍ଥିତି ଏଡାଇବା ପାଇଁ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.