ସୁବର୍ଣ୍ଣପୁର : କୂଅରୁ କଇଁଛ ଧରିବାକୁ ଯାଇ ବାପ, ପୁଅ ଓ ଜ୍ୱାଇଁ ମୃତ

ସୁବର୍ଣ୍ଣପୁର(କେ ନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା କୁଇବାହାଲ ଅନ୍ତର୍ଗତ ଆନନ୍ଦପୁର ଗାଁରେ କୂଅରେ ବୁଡି ବାପ ପୁଅ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ସୂଚନାରୁ ଜଣାଯାଇଛି ଯେ କୂଅରେ ଥିବା କଇଁଛ ଧରିବାକୁ ଯାଇ ଏଭଳି ଅଘଟଣ ଘଟିଛି । ଏକ ପରିତ୍ୟକ୍ତ କୂଅରେ ବାପା, ପୁଅ ଓ ଜ୍ୱାଇଁ କଇଁଛ ଧରିବାକୁ ଯାଇଥିଲେ । ତେବେ ସେଠାରେ ଶ୍ଵାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଘଟଣା ସ୍ଥଳରେ ରାମପୁର ପୋଲିସ ଓ ବିନିକା ଅଗ୍ନିଶମ କର୍ମଚାରୀ ପହଂଚି ମୃତଦେହ ଉଦ୍ଧାର କରିଥିଲେ । ମୃତକମାନେ ହେଲେ ସାଧୁ କାଲସେ, ଆଲୋକ କାଲସେ ଓ ମୋଟାରି କାଲସେ । ଏହି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଦୁଃଖର ବାତାବରଣ ଖେଳାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.