ହାଇକୋର୍ଟକୁ ଗଲା ମୂର୍ତ୍ତି ଉଚ୍ଚତା ବିବାଦ, ଦାୟର ହେଲା ରିଟ୍‌ ପିଟିସନ

କଟକ(କେ ନ୍ୟୁଜ): ହାଇକୋର୍ଟକୁ ଗଲା ମୂର୍ତ୍ତି ଉଚ୍ଚତା ବିବାଦ। ମୂର୍ତ୍ତି ଉଚ୍ଚତା ନେଇ ଦାୟର ହେଲା ରିଟ୍‌ ପିଟିସନ। କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ପିଟିସନ ଦାୟର ହୋଇଛି। ଶାରଦୀୟ ପୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ରିଟ ପିଟିସନ ଦାଖଲ କରି ପୂର୍ବବତ ମୂର୍ତ୍ତି ର୍ନିମାଣ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଛି । ଏସଆରସିଙ୍କ ଗତ ଅଗଷ୍ଟ ୯ ତାରିଖରେ ଜାରି ହୋଇଥିବା ଗାଇଡଲାଇନକୁ ରିଟ ପିଟିସନରେ ଚାଲେଞ୍ଜ କରାଯାଇଛି । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି ।

ଗତବର୍ଷ ହାଇକୋର୍ଟରେ ମାମଲା ଦାୟର କରିଥିଲା ବାଲୁ ବଜାର ଦୁର୍ଗା ପୂଜା କମିଟି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗତବର୍ଷ ୭ଟି କମିଟି ଉଚ୍ଚ ମୂର୍ତ୍ତି କରିଥିବା ବେଳେ ଅନ୍ୟ କମିଟି ୪ ଫୁଟର ମୂର୍ତ୍ତି ର୍ନିମାଣ କରି ପୂଜା କରିଥିଲେ। ତେବେ ଅଗଷ୍ଟ ୯ରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଦ୍ୱାରା ଜାରି ଅନ୍ୟ ସମସ୍ତ ଗାଇଡ଼ଲାଇନକୁ ମାନି ପୂଜା କରିବାରେ କୌଣସି ସମସ୍ୟା ନଥିବା କହିଛନ୍ତି ବାଲୁବଜାର ଦୁର୍ଗାପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନେରିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.