ରାକ୍ଷୀଙ୍କ ପରେ ରେସଲିଂ ରିଙ୍ଗକୁ ଓହ୍ଲାଇଲେ ସପନା ଚୌଧୁରୀ, ଯାହାପରେ ପରିସ୍ଥିତି ସମ୍ଭାଳିବାକୁ ପହଞ୍ଚିଥିଲେ ପୋଲିସ …

ପଞ୍ଜାବ : ବିହାର ଏବଂ ହରିୟାନା ପରେ ଏବେ କରନାଲରେ ଦେଖିବାକୁ ମିଳିଥିଲା ସପନାଙ୍କ ଜଲୱା। ସପନାଙ୍କ ଲାଇଭ ଶୋ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେଠାରେ ଏପରି କାଣ୍ଡ କରିଥିଲେ ସପନାଙ୍କ ଭାଇ କର୍ଣ୍ଣ, ତାପରେ କଥା ଯାଇ ପହଞ୍ଚିଥିଲା ପୋଲିସ ନିକଟରେ। ଖାଲି ତାହା ନୁହଁ ଦ ଗ୍ରେଟ ଖଲି ଏବଂ ପୋଲିସଙ୍କୁ ସହ ମିଶି ସେଠାରେ ଉପଜୁଥିବା ପରିସ୍ଥତିକୁ ସମ୍ଭାଳିବାକୁ ପଡ଼ିଥିଲା। ଆସନ୍ତୁ ଜାଣିବା କଣ ରହିଥିଲା ପୂରା ଘଟଣା।

sapna

କରନାଲରେ ଫାଇଟର ଦ ଗ୍ରେଟ ଖଲିଙ୍କ ତରଫରୁ ଆୟୋଜିତ କରାଯାଉଛି ସିଡ଼ବ୍ଳୁଇ ଫାଇଟ୍। ଏଠାରେ ଲାଇଭ ଡ଼୍ଯାନ୍ସ ପୋଗ୍ରାମ ପାଇଁ ସପନା ଚୌଧୁରୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେହି ସମୟରେ ତାଙ୍କ ସହିତ ଆସିଥିବା ସପନାଙ୍କ ଭାଇ କର୍ଣ୍ଣ ଫାଙ୍କା ଗୁଳି ଚାଳନା କରିଥିଲେ। ଯାହା ପରେ ପରିସ୍ଥିତ ବିଗିଡ଼ିବା ସହ ପୋଲିସ ଆସି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

gathring

ମିଳିଥିବା ସୂଚନା ଅନୁଯାୟୀ, ସପନା ଚୌଧୁରୀ ନିଜର ଶୋ ସମାପ୍ତ କରି ଯାଉଥିବା ସମୟରେ ତାଙ୍କୁ ଦର୍ଶକ ଘେରି ଦେଇଥିଲେ। ଶୋ ଆୟୋଜକ କରିଥିବା ଦ ଗ୍ରେଟ ଖଲିଙ୍କ ବୁଝାଇବା ସତ୍ତ୍ବେ ମଧ୍ୟ ଭିଡ଼ କମ ହୋଇନଥିଲା। ଯାହା ଫଳରେ ଶେଷକୁ ସପନାଙ୍କ ଭାଇ ସେଠାରେ ଫାଙ୍କା ଗୁଳି ଚାଳନା କରିଥିଲେ। କିନ୍ତୁ ପୋଲିସ ଅନୁଯାୟୀ ସେଠାରେ କୌଣସି ପ୍ରକାରର ଗୁଳି ଚାଳନା କରିଯାଇନଥିଲା। କିନ୍ତୁ ବଢ଼ିଥିବା ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପହଞ୍ଚିଥିଲା।

sapna-chaudhary

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଏହି ରେସଲିଂକୁ ମନରୋଞ୍ଜନ ପାଇଁ ଆସିଥିବା ଡ଼୍ଯାନ୍ସର ରାକ୍ଷୀ ସାୱନ୍ତ ସେଠାରେ ଜଣେ ମହିଳା ରେସଲରକୁ ଚ୍ଯାଲେଞ୍ଜ ଦେଇ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.