ସୋସିଆଲ୍ ମିଡିଆରେ ଅନେକ ଛୋଟ ଛୋଟ ପ୍ରତିଭାଙ୍କୁ ଦେଖିବାକୁ ମିଳୁଛି । ଯେଉଁ ମାନେ ଖୁବ୍ କମ୍ ସମୟରେ ଲୋକଙ୍କ ମନ ଜିଣିଥାନ୍ତି । ଭିଡିଓ ଭାଇରାଲ ହେବା ସହ ତାଙ୍କୁ ଲୋକଙ୍କ ଭଲ ପାଇବା ମିଳିଥାଏ । ସ୍ପାଇଡର- ମ୍ୟାନ୍ ବିଷୟରେ ପ୍ରାୟତଃ ସମସ୍ତେ ଜାଣନ୍ତି । ଆମେ ସମସ୍ତେ ସ୍ପାଇଡର ମ୍ୟାନ୍ ଚଳଚ୍ଚିତ୍ର, କାର୍ଟୁନ୍, ଏବଂ ଫଟୋ ଦେଖିଥିବେ । କିନ୍ତୁ ବାସ୍ତବ ଜୀବନରେ ବି ସ୍ପାଇଡର ମ୍ୟାନ୍ ପରି କୈାଣସି ସାହାରା ନନେଇ କାନ୍ଥରେ ଚଢୁଥିବାର ଆପଣ କେବେ ଦେଖି ନଥିବେ ।
ତେବେ ସ୍ପାଇଡର୍ ମ୍ୟାନ୍ ଭଳି ଏକ ଛୋଟ ଝିଅଟି କାନ୍ଥ ଉପରକୁ ଚଢି ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ୫୫ ସେକେଣ୍ଡ୍ କ୍ଲିପ୍ ରେ ଝିଅଟି କୌଣସି ସପୋର୍ଟ ବିନା କାନ୍ଥ ଉପରକୁ ଚଢ଼ୁ ଥିବାର ନଜର ଆସିଛନ୍ତି । ଭିଡିଓରେ ଆପଣ ଦେଖୁଥିବେ ଯେ ସେ ତାଙ୍କ ଘରେ ଏକ କୋଠରୀର କାନ୍ଥକୁ ସହଜରେ ଚଢିବା ପାଇଁ ତାଙ୍କ ହାତ ଏବଂ ପାଦର ବ୍ୟବହାର କରୁଛନ୍ତି । ଭିଡିଓରେ, ସେ ନିଜ ହାତ ଏବଂ ଖାଲି ପାଦକୁ ଦୁଇଟି କାନ୍ଥରେ ପୃଥକ ଭାବରେ ରଖି ଛାତ ଉପରକୁ ଚଢିବାକୁ ଲାଗିଲେ। ଥରେ ସେ ଉପରକୁ ପହଞ୍ଚିବା ପରେ, ସେ କାନ୍ଥରୁ ପାଦକୁ କାଢି ସେମାନଙ୍କୁ କିଛି ସେକେଣ୍ଡ ପାଇଁ ପବନରେ ରଖି ଦେଉଛନ୍ତି । ଶେଷରେ ସେ ଅଧା କାନ୍ଥକୁ ଓହ୍ଲାଇ ଭୂମି ଉପରକୁ ଡେଉଁଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଧମାଲ ମଚାଉଛି। କୌଣସି ସୁରକ୍ଷା ଉପକରଣ ବିନା କାନ୍ଥ ଉପରକୁ ଚଢିବା ପାଇଁ ଝିଅର ଶକ୍ତି ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।
Spiderman’s daughter pic.twitter.com/1MxfJ9QC4Q
— Fun Viral Vids 😊 (@Fun_Viral_Vids) September 13, 2021
ଏହି ଭିଡିଓକୁ ଦେଖିବା ପରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଇଛନ୍ତ। ସୂଚନା ଯୋଗ୍ୟ ଗତ ବର୍ଷ ଉତ୍ତରପ୍ରଦେଶର କାନପୁରର ଯଶାର୍ଥ ସିଂ ଗୈାର ନାମକ ଜଣେ ବାଳକର ଏପରି ଏକ ଭିଡିଓ ଭାଇରାଲ ହୋଇଥିଲା।