ଧାର୍ମିକ ମାନ୍ଯତା ଅନୁଯାୟୀ ଏକାଦଶୀ ବ୍ରତ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ପ୍ରତିମାସର ଦୁଇଟି ପକ୍ଷର ୧୧ ଦିନରେ ଏକାଦଶୀ ବ୍ରତ ପାଳନ କରାଯାଏ। ତେଣୁ ବର୍ଷକୁ ୨୪ଟି ଏକାଦଶୀ ତିଥି ପଡିଥାଏ। ଆଶ୍ବିନ ମାସ କୃଷ ପକ୍ଷ ଏକାଦଶୀ ଦିନ ଇନ୍ଦିରା ଏକାଦଶୀ ନାମରେ ଜଣାଶୁଣା। ଚଳିତ ମାସର ଇନ୍ଦିରା ଏକାଦଶୀ ୨ ଅକ୍ଟୋବର ୨୦୨୧କୁ ପଡୁଛି।
ଏହି ଏକାଦଶୀରେ ପିତୃପକ୍ଷ ପଡୁଛି। ପିତୃ ପକ୍ଷ ପଡୁଥିବା ଏହି ଏକାଦଶୀର ବିଶେଷ ମହତ୍ତ୍ବ ରହିଥାଏ। ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଏ। ମାନ୍ଯତା ଅନୁଯାୟୀ, ଯେଉଁ ବ୍ଯକ୍ତି ଏକାଦଶୀ ଦିନ ବ୍ରତ ଓ ପୂଜା କରିଥାଏ, ତା’ର ସବୁ ଦୁଃଖ ଦୂର ହୋଇଯାଏ। ତେବେ ଆସନ୍ତୁ ଜାଣିବା ଇନ୍ଦିରା ଏକାଦଶୀ ବ୍ରତ ସହିତ ଜଡିତ କିଛି ମହତ୍ତ୍ବପୂର୍ଣ୍ଣ କଥା:
ଆଶ୍ବିନ ମାସ କୃଷ ପକ୍ଷ ଏକାଦଶୀ ତିଥି ୧ ଅକ୍ଟୋବର ଶୁକବ୍ରାର ରାତି ୧୧ଟା ୩ ମିନିଟରୁ ଆରମ୍ଭ ହେବ। ଆଉ ଏହି ଏକାଦଶୀ ତିଥି ଅକ୍ଟୋବର ୨ ରାତି ୧୧ଟ ୧୦ ମିନିଟରେ ସମାପ୍ତ ହେବ। ଏକାଦଶୀ ବ୍ରତ ପାରଣ ୩ ଅର୍ଥାତ ରବିବାର ସକାଳ ୬ଟା ୧୫ ମିନିଟରୁ ସକାଳ ୮ଟା ୨୭ ମିନିଟରେ ହେବ।
ପୂଜା ମହତ୍ବ: ଧାର୍ମିକ ମାନ୍ଯତା ଅନୁଯାୟୀ, ଏହି ଏକାଦଶୀରେ ପିତୃ ପକ୍ଷ ପଡୁଥିବାରୁ ଏକାଦଶୀ ନିୟମ ଏବଂ ନିଷ୍ଠା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ। ଯଦି କୌଣସି ବ୍ଯକ୍ତି ଏକାଦଶୀ ବ୍ରତ କରି ତା’ର ପୂଣ୍ଯ ପିତୃ ପକ୍ଷକୁ ସମର୍ପିତ କରିଥା, ତେବେ ସେମାନଙ୍କ ମୋକ୍ଷ ପ୍ରାପ୍ତି ହୁଏ। ଏକାଦଶୀ ବ୍ରତ ଭଗବାନ ବିଷ୍ଣୁଙ୍କୁ ସମର୍ପିତ। ବିଷ୍ରୁଭ୍କୁ ସମର୍ପିତ ଏହି ବ୍ରତ କରିବା ଦ୍ବାରା ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।
ପୂଜା ବିଧି: ଇନ୍ଦିରା ଏକାଦଶୀ ଦିନ ସକାଳୁ ଜଲଦି ଉଠି ଗାଧୋଇବା ପରେ ସଫା ପୋଷାକ ପିନ୍ଧନ୍ତୁ। ଏହା ପରେ ଭଗବାନ ବିଷ୍ଣୁଙ୍କ ପୂଜା କରି ସଙ୍କଳ୍ପ କରନ୍ତୁ। ଯଦି ଆପଣଙ୍କ ଘରେ ଭଗବାନଙ୍କ ଶାଳଗ୍ରାମ ରହିଥାଏ, ତେବେ ବିଧି ବିଧାନ ମୁତାବକ ପୂଜା କରନ୍ତୁ। ଏହାପରେ ଗଙ୍ଗାଜଳ, ଚନ୍ଦନ, ଧୂପ, ଦୀପ, ଫଳ ଇତ୍ଯାଦି ଅର୍ପଣ କରନ୍ତୁ। ଇନ୍ଦିରା ଏକାଦଶୀ ଦିନ ବିଷ୍ଣୁ ସହସ୍ରନାମ ଏବଂ ବିଷ୍ଣୁ ସତନାମ ସ୍ରୋତ ପଢନ୍ତୁ। ପୂଜା କରିବା ପରେ ଭୋଗ ଲଗାଇ ପରିବାରର ସମସ୍ତ ସଦସ୍ଯକୁ ବାଣ୍ଟିଦିଅନ୍ତୁ।