ଦୋଷୀକୁ ଅଦ୍ଭୁତ ଦଣ୍ଡ: ମହିଳାଙ୍କୁ ଅସଦାଚରଣ କରିଥିବା ଦୋଷୀ ୬ ମାସ ଯାଏ ଧୋଇବେ ସମସ୍ତ ମହିଳାଙ୍କ ପୋଷାକ

ବିହାରର ମଧୁବାନି ଜିଲ୍ଲାର ଏକ କୋର୍ଟ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ଅଦ୍ଭୁତ ଦଣ୍ଡ ଶୁଣାଇଛନ୍ତି। କୋର୍ଟଙ୍କ ଆଦେଶ ଅନୁଯାୟୀ, ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ତାର ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇବ। ଏଥିସହିତ ସେହି ‌ପୋଷାକଗୁଡ଼ିକୁ ଇସ୍ତ୍ରୀ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦ ବର୍ଷୀୟ ଅଭିଯୁକ୍ତ ଲଲନ କୁମାର ସଫିକୁ ଜାମିନ ପ୍ରଦାନ କରିବା ସହିତ ଅତିରିକ୍ତ ଜିଲ୍ଲା ଜଜ୍ ଅବିନାଶ କୁମାର ଏହି ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ମୁତାବକ, ଅଭିଯୁକ୍ତ ଚଳିତ ବର୍ଷ ଏପ୍ରିଲରୁ ଜେଲରେ ଥିଲା। ସେ ପୋଷାକ ଧୋଇବା କାମ କରିଥାଏ। ଆବେଦନକାରୀର ଓକିଲ ଏହା ମଧ୍ୟ କହିଛନ୍ତି ଯେ ଅଭିଯୋଗକାରୀ ଘଟଣାର ସମାଧାନ ପାଇଁ ରାଜି ଅଛନ୍ତି। ଏ ସମ୍ପର୍କରେ ଏକ ଆଫିଡେଭିଟ୍ ସଂଲଗ୍ନ କରାଯାଇଛି।

ଏହା ପରେ କୋର୍ଟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରୁଥିବା ବେଳେ ଆଗାମୀ ୬ମାସ ପର୍ଯ୍ୟନ୍ତ ସେ ତାର ଗାଁର ସମସ୍ତ ମହିଳାଙ୍କ ପୋଷାକ ମାଗଣାରେ ଧୋଇ ତାକୁ ଇସ୍ତ୍ରୀ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଅସଦାଚରଣ ମାମଲାରେ ଜିଲ୍ଲା କୋର୍ଟ ଦ୍ୱାରା ଅଭିଯୁକ୍ତକୁ ଦିଆଯାଇଥିବା ଏହି ନିର୍ଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.