ଫୁଲୁଛି ସୁବର୍ଣ୍ଣରେଖା , ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳସ୍ତର

ବାଲେଶ୍ୱର (କେନ୍ୟୁଜ): ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା। ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୩୭ ମିଟରରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାଡଖଣ୍ଡ ଗାଲୁଡିହି ବ୍ୟାରେଜରୁ ପାଣି ନିଷ୍କାସନ କରାଯାଇଛି। ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ବ୍ଲକରେ ପଶିଛି ପାଣି।

ଆତଙ୍କିତ ହୋଇ ରହିଛନ୍ତି ନଦୀ ତଟବର୍ତ୍ତୀ ଓ ତଳିଆ ଅଞ୍ଚଳ ଲୋକ। ଗାଁରେ ବନ୍ୟା ପାଣି ପଶିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।