ଆରମ୍ଭ ହେଲା ଆୟୁଷ୍ମାନ ଡିଜିଟାଲ ମିଶନ, ପ୍ରତି ଭାରତୀୟଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟପତ୍ର

କେନ୍ୟୁଜ୍(ବ୍ୟୁରୋ):  ପ୍ରତି ଭାରତୀୟଙ୍କୁ ମିଳିବ ସ୍ୱାସ୍ଥ୍ୟ ପରିଚୟପତ୍ର। ଆରମ୍ଭ ହେଲା ଆୟୁଷ୍ମାନ ଡିଜିଟାଲ ମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି। ଗତ ୭ବର୍ଷ ଧରି ଦେଶରେ ସ୍ୱାସ୍ଥ୍ୟ ସୁବିଧାକୁ ମଜଭୁତ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ଆଜି ଏହି ଅଭିଯାନ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମିଶନ ଭାରତ ସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଯୋଜନା ଅନ୍ତର୍ଗତ ଦେଶର ପ୍ରତ୍ୟେକ ନାଗରିକଙ୍କୁ ହେଲଥ୍‌ କାର୍ଡ ମିଳିବ। ଗୋଟିଏ କାର୍ଡ଼ରେ ସମସ୍ତ ସ୍ୱାସ୍ଥ୍ୟ ବିବରଣୀ ରହିବ। ଡାକ୍ତରଖାନାରେ ଏହି କାର୍ଡ ଦେଖାଇ ସ୍ୱାସ୍ଥ୍ୟ ସେବା ପାଇପାରିବେ ଦେଶବାସୀ। ୨୦୨୦ ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ଉତ୍ସବ ଅଭିଭାଷଣରେ ମୋଦି ଏହି ସ୍ୱାସ୍ଥ୍ୟ ମିଶନର ପାଇଲଟ୍‌ ପ୍ରକଳ୍ପ ଘୋଷଣା କରିଥିଲେ।

Leave A Reply

Your email address will not be published.