ଡାନ୍ସ + 6 ମଞ୍ଚରେ ହେଲା କମାଲ୍‌, ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପଡ଼ା କଲେ ଶକ୍ତି ମୋହନଙ୍କୁ ପ୍ରପୋଜ

ନୂଆଦିଲ୍ଲୀ : ଯେବେ ଠାରୁ ଏଥଲେଟ୍‌ ନୀରଜ ଚୋପଡ଼ା ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଲେ ସେବେଠାରୁ ଝିଅମାନଙ୍କ ନିକଟରେ ତାଙ୍କର ପପୁଲାରିଟି ଅଧିକ ବଢ଼ିଯାଇଛି । ସବୁଠି ନୀରଜଙ୍କ ଚର୍ଚ୍ଚା ଜୋର ଧରିଛି । ନିକଟରେ ରିଏଲିଟି ଶୋ’ ଡାନ୍ସ + 6 ର ଆଗାମୀ ଏପିସୋଡରେ ନୀରଜ ଚୋପଡା ଶକ୍ତିମୋହନଙ୍କୁ ପ୍ରପୋଜ କରୁଥିବାର ଦେଖିବାକୁ ମିଳିବେ । ନୀରଜଙ୍କୁ ପସନ୍ଦ କରୁଥିବା ଝିଅମାନଙ୍କ ପାଇଁ ଏହା କଷ୍ଟକର ହୋଇପାରେ । ତେବେ ଏହି ଭିଡ଼ିଓଟି ଭାଇରାଲ ହେବାରେ ଲାଗିଛି ।

ବାସ୍ତବ କଥା ହେଉଛି ଶୋ’ର ଆଗାମୀ ଏପିସୋଡରେ ନୀରଜ ସ୍ପେଶାଲ ଗେଷ୍ଟ ଭାବେ ଯୋଗଦେବେ । ଏହି ଏପିଶୋଡରେ ଶକ୍ତିମୋହନ ନୀରଜଙ୍କୁ ପ୍ରପୋଜ କରିବାକୁ କହିଛନ୍ତି । ନୀରଜ ଷ୍ଟେଜ ଉପରକୁ ଆସୁଛନ୍ତି ଓ ଶକ୍ତିଙ୍କୁ ପ୍ରପୋଜ କରୁଛନ୍ତି । ହେଲେ ନୀରଜଙ୍କ ପ୍ରପୋଜ କରିବା ଅନ୍ଦାଜ କିନ୍ତୁ ମଜେଦାର ଦେଖିବାକୁ ମିଳୁଛି ।

courtesy : Bollywood NOW

ନୀରଜ ପ୍ରପୋଜ କରିବା ବେଳେ କହୁଛନ୍ତି ଯେ ତାଙ୍କର ‘ପହଲା ପ୍ୟାର ତୋ ଜ୍ୟାକ୍‌ଲିନ ହେ ଔର ଉହ୍ନେ ତୋ ଖାନା ବନାନା ନେହିଁ ଆତା ନା ଓ ଶକ୍ତିକୋ ଟାଇମ ଦେ ସକ୍‌ତା ’ । ନୀରଜଙ୍କ ଏପରି ପ୍ରପୋଜ ଷ୍ଟାଇଲ ଦେଖି ଶୋ’ରେ ହାସ୍ୟରୋଳ ସୃଷ୍ଟି ହୋଇଛି । ନୀରଜଙ୍କ ଏପରି ପ୍ରପୋଜକୁ ପ୍ରଶଂସକମାନେ ଖୁବ୍‌ ଉପଭୋଗ କରିଛନ୍ତି ।

ନୀରଜ ଅଲମ୍ପିକରେ ଗୋଲ୍ଡ ମେଡାଳ ଜିତିବା ପରେ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଯାଇଛି । କିଛି ଦିନ ପୂର୍ବରୁ ନୀରଜ କୌନ ବନେଗା କରୋଡପତି ଶୋ’ରେ ନଜର ଆସିଥିଲେ । ଏଥିରେ ମଧ୍ୟ ଦର୍ଶକ ତାଙ୍କୁ ବେଶ ଉପଭୋଗ କରିଥିଲେ । ନୀରଜଙ୍କ ପାଖକୁ ଏବେ ବିଜ୍ଞାପନ ଅଫର ବି ଆସିବାକୁ ଲାଗିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.