ଚାଣକ୍ୟ ନୀତି : ଏହି ୪ ଗୁଣ ଖୋଲିପାରେ ବ୍ୟକ୍ତିର ଭାଗ୍ୟ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟଙ୍କ ମତରେ ସଫଳତା ପାଇଁ କାହାକୁ କର୍ଣ୍ଣ ମନ୍ତ୍ର ଦିଆଯାଇ ନଥାଏ । ଏହା ଉକ୍ତ ବ୍ୟକ୍ତିଙ୍କ ମଧ୍ୟରେ ସମାହିତ ଥାଏ । କିଏ କିପରି ଏହାକୁ ବ୍ୟବହାର କରୁଛି ତାହା ତା’ର ସଫଳତା ଉପରେ ନିର୍ଭର କରୁଛି । ଆସନ୍ତୁ ଜାଣିବା କ’ଣ ସେହି ୪ କଥା ।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଏପରି କିଛି ଜିନିଷ ଅଛି ଯାହାକୁ କୌଣସି ମନୁଷ୍ୟକୁ ଶିଖା ଯାଏ ନାହିଁ । ବରଂ ଏହି ଜିନିଷ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଲୁଚି ରହିଥାଏ । ଯାହାକୁ ବଦଳା ଯାଇପାରେ ନାହିଁ । କିଛି ବ୍ୟକ୍ତି ଏହାର ଠିକ୍‌ ଉପଯୋଗ କରି ଜୀବନକୁ ସଫଳ କରିଥାନ୍ତି ।ଚାଣକ୍ୟ ତାଙ୍କ ନୀତିରେ ଏହି ୪ ଗୁଣ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଯାହାକି ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଲୁକାୟିତ ହୋଇ ରହିଥାଏ ।

ଦାନ କରିବା ଏକ ଏମିତି ଗୁଣ ଯାହାକୁ କେବଳ ଦାନ କରୁଥିବା ବ୍ୟକ୍ତି ହିଁ ବୁଝିଥାଏ । ସେ ଅନ୍ୟର ଦୁଃଖକୁ ବୁଝିଥାଏ । ସେହିପରି ଧୈର୍ଯ୍ୟ ଧରିବା କୌଣସି ବ୍ୟକ୍ତିକୁ ଶିଖା ଯାଇନଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଏହା ଅଲଗା ଅଲଗା ଭାବେ ରହିଥାଏ ।

ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ନିଜ ଜୀବନର ସମସ୍ୟା ସମ୍ବନ୍ଧିତ ନିର୍ଣ୍ଣୟ ନେବାରେ କ୍ଷମତା ଅଲଗା ଅଲଗା ରହିଥାଏ । କିଛି ଲୋକ ଏହାର ଠିକ୍‌ ବ୍ୟବହାର କରି କଠିନ ପରିସ୍ଥିତିରେ ଠିକ୍‌ ନିର୍ଣ୍ଣୟ ନେଇଥାନ୍ତି । କିଛି ବ୍ୟକ୍ତିଙ୍କ ଠାରେ ଏହି କ୍ଷମତା ଖୁବ୍‌ କମ୍‌ ଥାଏ ।

ମଧୂର ବାଣି ବା ମିଠା କଥା କହିବା ପ୍ରତି ଲୋକଙ୍କ ମଧ୍ୟରେ ରହିଥାଏ । ହେଲେ ଖୁବ୍‌ କମ୍‌ ଲୋକ ଏହାର ପ୍ରକୃତ ବ୍ୟବହାର କରିପାରିଥାନ୍ତି । ଚାଣକ୍ୟ କୁହନ୍ତି ଯେଉଁ ବ୍ୟକ୍ତି ଜନ୍ମ ସହିତ ନେଇକରି ଆସିଥିବା ଏହି ୪ ଗୁଣକୁ ଠିକ୍‌ ଭାବେ ବ୍ୟବହାର କରିଥାନ୍ତି, ସେମାନେ ଜୀବନରେ ସଫଳତା ପାଇଥାନ୍ତି ।

Leave A Reply

Your email address will not be published.