ନନ୍ଦନକାନନରେ ପୁଣି ଚାଲିବ ଟ୍ରେନ ଓ ରୋପ-ୱେ, ଦୀର୍ଘ ୮ ବର୍ଷ ପରେ ହେଉଛି କାର୍ଯ୍ୟକ୍ଷମ

ଭୁବନେଶ୍ବର(କେନ୍ୟୁଜ୍):ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆସନ୍ତା ୮ ତାରିଖରେ ନନ୍ଦନକାନନରେ ଉଦଘାଟନ ହେବ ଟୟ ଟ୍ରେନ । ଶିଳାନ୍ୟାସ ହେବ ରୋପୱେ । ୮ବର୍ଷ ପରେ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତୀ ଖୁଆଡ଼, ତୃଣଭୋଜି ଖୁଆଡ଼ ଆଦି ଅନେକ ଜୀବଜନ୍ତୁ ଦେଖିପାରିବେ । ୪ଟି ବଗି ବିଶିଷ୍ଟ ୭୨ଟି ସିଟରେ, ୨ଟି ହ୍ୟାଣ୍ଡିକ୍ରାଫ୍ଟ ସିଟର ୭୪ଜଣ ପର୍ଯ୍ୟଟକ ଏକସଙ୍ଗରେ ବୁଲିପାରିବେ । ୧.୨ କିଲୋମିଟର ଦୂରତା ରେଲୱେ ଟ୍ରାକରେ ୨୦ ମିନିଟ ସମୟ ବ୍ୟବଧାନରେ ବୁଲିପାରିବେ ।

robe way

ରାଜ୍ୟସରକାରଙ୍କ ଦ୍ୱାରା ୩କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଲରେ ନିର୍ମିତ ହୋଇଛି ଟଏ ଟ୍ରେନ । ସେହିପରି ପ୍ରାୟ ୧୭ ବର୍ଷ ପରେ ପର୍ଯ୍ୟଟକମାନେ ପୁଣି ରୋପ ୱେର ମଜା ଉଠାଇବେ । ରୋପ ୱେ କାର୍ଯ୍ୟ ୧୮ ମାସ ସୁଦ୍ଧା ଶେଷ କରାଯିବାର ଯୋଜନା ରଖାଯାଇଛି । ନନ୍ଦନକାନନରୁ କାଞ୍ଜିଆ ହ୍ରଦ ଉପର ଦେଇ ବୋଟନିକାଲ ଗାର୍ଡେନ ଯାଇପାରିବେ ପର୍ଯ୍ୟଟକ ।

୧୯୮୫ ମସିହାରୁ ନନ୍ଦନକାନନରେ ଟଏ ଟ୍ରେନ ଆରମ୍ଭ ହୋଇଥିଲା । ୨୦୧୩ ମସିହାରେ ଏହାର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ପଡ଼ିଥିଲା । କୌଣସି ଠିକା ସଂସ୍ଥା ବି ପୁନର୍ବାର ନେବାକୁ ଅରାଜି ହୋଇଥିଲେ । ସେବେଠୁ ୯ ବର୍ଷ  ହେବ ବନ୍ଦ ପଡିଥିବା ଟଏ ଟ୍ରେନ ବା ଶିଶୁ ରେଳଗାଡି ଏବେ ଚାଲୁ ହେବାକୁ ଯାଉଛି । ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଟଏ ଟ୍ରେନ ଇଞ୍ଜିନ ସହିତ ୪ ଟି ବଗି ରହିବ ।  ଥରକେ ୭୨ ଜଣ ପର୍ଯ୍ୟଟକ ବୁଲିବାର ମଜା ନେଇପାରିବେ । ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ପଯ୍ୟଟକ ଟ୍ରେନରେ ବୁଲି ମୁକ୍ତ ଜୀବଜନ୍ତୁ ଦେଖିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.