ପ୍ରକାଶ ପାଇଲା ଫୋର୍ବସ ଇଣ୍ଡିଆ ଧନି ତାଲିକା-୨୦୨୧, ଶୀର୍ଷରେ ଅଛନ୍ତି ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଲଗାତାର ୧୪ବର୍ଷ ଧରି ଭାରତର ସବୁଠାରୁ ଧନୀ ବ୍ୟକ୍ତି ଭାବରେର ରହିଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀ। ରିଲାଏନ୍‌ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଭାରତର ଧନୀ ତାଲିକାର ଶୀର୍ଷରେ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରୁଥିବା ମାଗାଜିନ ଫୋର୍ବସରେ ୨୦୨୧ର ତାଲିକା ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ମୁକେଶଙ୍କର ୯୨୭୦ କୋଟି ଡଲାରକୁ ସଂପତ୍ତି ବୃଦ୍ଧି ପାଇଛି। କରୋନା କାଳରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସଂପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି। ଲଗାତାର ୧୪ ବର୍ଷ ଧରି ୨୦୦୮ରୁ ଭାରତର ସର୍ବାଧିକ ଧନୀ ବ୍ୟକ୍ତି ଭାବେ ସ୍ଥାନ ପାଇଛନ୍ତି । ତାଲିକାର ଦ୍ୱିତୀୟ ସ୍ଥାନରେ ଅଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଅଦାନୀ ରହିଛନ୍ତି। ତାଙ୍କ ପାଖରେ ୭୪୮୦ କୋଟି ଡଲାର ସଂପତ୍ତି ରହିଛି ।

ଅଦାନୀଙ୍କ ପରେ ତାଲିକାରେ ଏଚସିଏଲ ଟେକ୍‌ନୋଲୋଜିର ଶିବ ନାଦର, ଆଭେନ୍ୟୁ ସୁପରମାର୍ଟର ରାଧାକ୍ରିଷ୍ଣ ଦମାନୀ, ସେରମ ଇନଷ୍ଟିଚ୍ୟୁଟର ସାଇରସ ପୁନାୱାଲା, ମିତ୍ତଲ ଗ୍ରୁପର ଲକ୍ଷ୍ମୀ ନିବାସ ମିତ୍ତଲ, ଓପି ଜିନ୍ଦଲ ଗ୍ରୁପର ସାବିତ୍ରୀ ଜିନ୍ଦଲ, କୋଟକ ମହିନ୍ଦ୍ରାର ଉଦୟ କୋଟକ, ସାପୋରଜୀ ପାଲୋନଜୀ ଗ୍ରୁପର ପାଲୋନଜୀ ମିସ୍ତ୍ରୀ ଓ ଆଦିତ୍ୟ ବିର୍ଲା ଗ୍ରୁପର କୁମାର ବିର୍ଲା ରହିଛନ୍ତି। ପରିବାର, ସେୟାର ବଜାର, ବିଶ୍ଲେଷକ, ଭାରତର ରେଗୁଲେଟର ଏଜେନ୍‌ସିରୁ ପ୍ରାପ୍ତ ସେୟାର ହୋଲ୍‌ଡିଂ ଆଧାରରେ ଧନୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି।

Leave A Reply

Your email address will not be published.