କେନ୍ୟୁଜ୍(ବ୍ୟୁରୋ): ପୁଅ ଚିନ୍ତାରେ ଶାହାରୁଖଙ୍କ ଆଖିରୁ ନିଜ ହଜିଯାଇଛି । ଆର୍ଯ୍ୟନଙ୍କ ଭବିଷ୍ୟତ ଚିନ୍ତାରେ ରାତି ସାରା ଶୋଇ ପାରୁ ନାହାନ୍ତି । ପୁଅ ଆର୍ଯ୍ୟନ କ୍ରୁଜ୍ ଡ୍ରଗ୍ସ କେସରେ ଗିରଫ ହୋଇ ଏବେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଅଛନ୍ତି । ଏପଟେ ମନ୍ନତରେ ବାପା ଶାହାରୁଖ ଓ ମାଆ ଗୌରୀ ଖାନ୍ ପୁଅର ଭବିଷ୍ୟତକୁ ନେଇ ଚିନ୍ତିତ । ତିନି ତିନି ଥର ଆର୍ଯ୍ୟନଙ୍କ ବେଲ୍ ପିଟିସନ୍ ଖାରଜ ହୋଇଛି । ବୁଧବାର ସେସନ୍ସ କୋର୍ଟରେ ଶୁଣାଣି ଅଛି । କଣ ହେବ ତାଉପରେ ନଜର ରହିଛି । କେସକୁ ସବୁବେଳେ ଫଲୋ କରୁଛନ୍ତି । ଏନସିବି ଅଫିସକୁ ପୁଅର ହାଲଚାଲ ପଚାରି ବୁଝୁଥିଲେ ।
କୁହାଯାଉଛି ଶାହାରୁଖ ଓ ଗୌରୀ ଖାନ୍ ଦିନରେ ବହୁବାର ଏଥିପାଇଁ କଲ୍ କରି ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଥିଲେ । ଶାହାରୁଖଙ୍କ ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆର୍ଯ୍ୟନଙ୍କ ଗିରଫ ପରେ ଦେଶର ବଡ଼ ବଡ଼ ଆଇନ ବିଶାରଦଙ୍କ ସହ ଆଲୋଚନା କରିଥିଲେ ଶାହାରୁଖ । ସତୀଶ ମାନେସିନ୍ଧେ ତାଙ୍କୁ ଆଶ୍ୱାସନା ଦେଇଥିଲେ ଖୁବଶୀଘ୍ର ଆର୍ଯ୍ୟନ୍ ମୁକୁଳିବେ । କିନ୍ତୁ ସେମିତି ହେଲାନି । କୋର୍ଟ ଜାମିନ ଆବେଦନ ଖାରଜ କରିବେ ପରେ ଶାହାରୁଖଙ୍କ ପରିବାରକୁ ବଡ଼ ଝଟକା ଲାଗିଛି । ଏଭଳି କଠିନ ସମୟରେ ଗୋରୀ ଖାନଙ୍କ ଭାଇ, ଭାଉଜ ଶାହାରୁଖ-ଗୌରୀଙ୍କ ସାଙ୍ଗରେ ଅଛନ୍ତି । ଭବିଷ୍ୟତରେ ଆର୍ଯ୍ୟନ କଣ କରିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ସେ ଆମେରିକା କି ବ୍ରିଟେନ୍ ଯିବେ ନା ଭାରତରେ ରହିବେ ? ଆର୍ଯ୍ୟନ ଜେଲରୁ ଫେରିବା ପରେ ନିଷ୍ପତ୍ତି ନେବେ ଶାହାରୁଖ-ଗୌରୀ ।