ଫେଷ୍ଟିଭ୍‌ ସିଜନରେ ସଫା ଓ ଦାଗହୀନ ତ୍ୱଚା ପାଇବା ପାଇଁ ଘରେ ତିଆରି କରନ୍ତୁ ହଳଦୀ ଟୋନର, ଜାଣନ୍ତୁ କ’ଣ ମିଳିଥାଏ ଲାଭ

ସଫା ତଥା ଦାଗହୀନ ତ୍ୱଚା ସମସ୍ତଙ୍କର ପସନ୍ଦ ହୋଇଥାଏ। ଖାସ୍‌କରି ଫେଷ୍ଟିଭ୍‌ ସିଜନରେ ସମସ୍ତେ ସୁନ୍ଦର ତଥା ଆକର୍ଷଣୀୟ ଦେଖାଯିବାକୁ ଚାହାନ୍ତି। ଆଉ ଏମିତି ସ୍କିନ୍‌ ପାଇଁ ଟୋନର ବହୁତ ଭଲ ହୋଇଥାଏ। ହଳଦୀର ଟୋନର ସ୍କିନ୍‌କୁ ଗଭୀରରୁ ସଫା କରିଥାଏ। ଏହା ସ୍କିନ୍‌ର ଚିହ୍ନ, ଦାଗ, ବ୍ରଣ ଏବଂ ଚର୍ମ କୁଞ୍ଚନକୁ କମ୍‌ କରି ଦେଇଥାଏ। ଆପଣ ଚାହିଁଲେ, ହଳଦୀ ଟୋନର ଘରେ ବନାଇ ପାରିବେ। ଆସନ୍ତୁ ଜାଣିବା, ହଳଦୀ ଟୋନର ବନାଇବାର ତରିକା।

ସାମଗ୍ରୀ

କଞ୍ଚା ହଳଦୀ, ଏଲୋଭେରା ଜେଲ, ଗୋଲାପ ଜଳ, ଗ୍ରୀନ୍‌ ଟି, ପାଣି ଓ ଲେମ୍ବୁ ରସ।

ବିଧି

ଟୋନର ବନାଇବା ପାଇଁ ପ୍ରଥମେ ଏକ ଗ୍ଲାସ ପାଣିକୁ ଗରମ କରନ୍ତୁ। ଏହାପରେ ପାଣି ଥଣ୍ଡା ହେଲେ ସେଥିରେ ହଳଦୀ, ଏଲୋଭେରା ଜେଲ, ଗୋଲାପ ଜଳ, ଗ୍ରୀନ ଟି ଓ ଲେମ୍ବୁ ରସ ମିଶାନ୍ତୁ। ଏହାପରେ ଏହାକୁ ବୋତଲରେ ରଖି ଦିଅନ୍ତୁ।

ଟୋନର ଲଗାଇବାର ତରିକା

ପ୍ରଥମେ ନିଜ ଚେହେରା ସଫା କରି ନିଅନ୍ତୁ। ଏହାପରେ ଚେହେରାରେ ହଳଦୀ ଟୋନର ଲଗାନ୍ତୁ। ଟୋନରରେ ଚେହେରା ମସାଜ କରନ୍ତୁ। ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ମସାଜ କରି ଚାଲନ୍ତୁ। ଏବେ ହାଲୁକା ଗରମ ପାଣିରେ ଚେହେରା ସଫା କରି ନିଅନ୍ତୁ। ଏହାପରେ ଚେହେରାରେ ମଇଶ୍ଚରାଇଜର ଲଗାନ୍ତୁ।

ଏହି କଥା ଉପରେ ରଖନ୍ତୁ ଧ୍ୟାନ: ଟୋନରକୁ ପ୍ଲାଷ୍ଟିକ୍‌ ବୋତଲରେ ରଖନ୍ତୁ ନାହିଁ। ହଳଦୀ ଟୋନରକୁ କାଚ ବୋତଲରେ ରଖନ୍ତୁ। ଟୋନରକୁ ଫ୍ରିଜ୍‌ରେ ରଖିବା ଉଚିତ। ଏହାଦ୍ୱାରା ଟୋନର ଖରାପ ହେବ ନାହିଁ। ଟୋନର ବନାଇବା ପରେ ଏହାକୁ ୧୫ ଦିନ ଭିତରେ ବ୍ୟବହାର କରି ପାରିବେ। ୧୫ ଦିନ ପରେ ଟୋନର ଖରାପ ହୋଇଯାଇଥାଏ। ସପ୍ତାହରେ ୨ରୁ ୩ ଥର ହଳଦୀ ଟୋନର ବ୍ୟବହାର କରନ୍ତୁ।

ଫାଇଦା: ଏହା ତ୍ୱଚା ପାଇଁ ବହୁତ ଲାଭଦାୟକ। ଏହାକୁ ଲଗାଇବା ଦ୍ୱାରା ଓପନ୍‌ ପୋର୍ସ ବନ୍ଦ ହୋଇଯାଇଥାଏ। ହଳଦୀରେ ବ୍ଲିଚିଂ ଗୁଣ ଭରି ରହିଥାଏ, ଯାହା ତ୍ୱଚାକୁ ଗ୍ଲୋ କରିଥାଏ। ଏହି ଟୋନରକୁ ବ୍ୟବହାର କଲେ ଚେହେରାରେ କଷାପଣ ଆସିଥାଏ। ସ୍କିନ୍‌ର ପିଏଚ୍‌ ଲେବଲ ନିୟନ୍ତ୍ରଣରେ ରୁହେ। ଏପରି କି, ତ୍ୱଚା ସଂକ୍ରମଣର ବିପଦ ମଧ୍ୟ କମି ଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.