ରାଜଧାନୀରେ ଚାଞ୍ଚଲ୍ୟ, ଅଳିଆଗଦାରୁ ବାହାରିଲା କଟା ହାତ ଓ ଗୋଡ଼

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ପୁଣି ଚାଞ୍ଚଲ୍ୟ । ଅଳିଆ ଗଦାରୁ ମିଳିଛି କଟା ହାତ ଓ ଗୋଡ଼ । ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଥିବା ହାଉସିଂ କର୍ପୋରେସନ କଲୋନୀ ରାସ୍ତା କଡ ଅଳିଆ ଗଦା ରୁ ଜବତ ହୋଇଛି କଟା ହାତ ଓ ଗୋଡ଼ ।

ଘଟଣା ସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏଠାରେ କିଏ ଆଣି କଟା ହାତ ପକାଇଲା ତାହାର କାରଣ ଜଣାପଡ଼ିନାହିଁ । ସୂଚନା ଅନୁଯାୟୀ, ରାମ ମନ୍ଦିର ପଛ ପାଖ ରାସ୍ତା ପାର୍ଶ୍ୱରୁ ମିଳିଛି ଦୁଇଟି କଟା ଗୋଡ ଗୋଟିଏ କଟା ହାତ।

କାହାର ସେ ହାତ ଗୋଡ ଜଣା ପଡି ନାହିଁ। ପୁରୁଷ କି ସ୍ତ୍ରୀ କାହାର ହାତ ଗୋଡ଼ ଓ କେଉଁ ପରିପ୍ରେକ୍ଷୀରେ ଏହି ମଣିଷ ଅଙ୍ଗ ଏଠାରେ ପହଁଚିଲା ତାର ସଠିକ ତଥ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ପାଇନି। ତେବେ କେତେ ବେଳେ ଏହାର ରହସ୍ୟ ଖାରବେଳ ନଗର ଥାନା ପୋଲିସ୍ ଖୋଜି ପାଇବ ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.