ପାକିସ୍ତାନ ନସୁଧୁରିଲେ ସର୍ଜିକାଲ ଷ୍ଟ୍ରାଇକ କରିବ ଭାରତ, ଚେତାବନୀ ଦେଲେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶହ ପାକିସ୍ତାନକୁ ସୀମା ଭିତରେ ରହିବା ନେଇ ଚେତାବନୀ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ କାଶ୍ମୀର ମାମଲାକୁ ନେଇ ଯଦି ପାକିସ୍ତାନ ଆତଙ୍କବାଦୀ ମାନଙ୍କୁ ସମର୍ଥନ କରେ ତେବେ ନିଶ୍ଚିତ ରୂପେ ସର୍ଜିକାଲ ଷ୍ଟ୍ରାଇକ ଭଳି ପରିସ୍ଥିତି ଉପୁଜିବ । ଯଦି ନିଜ ହରକତ ଗୁଡିକୁ ପାକିସ୍ତାନ ନ ସୁଧାରେ ତେବେ ତାକୁ ସର୍ଜିକାଲ ଷ୍ଟ୍ରାଇକର ସାମ୍ନା କରିବାକୁ ପ୍ରସ୍ତୁତ ରହିବାକୁ ପଡିବ । ଭାରତ ନିଶ୍ଚିତ ରୂପେ ତାହା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବ । ଶ୍ରୀ ଶାହ ଏହା ମଧ୍ୟ କହିଛନ୍ତିକି କିଛି ବର୍ଷ ତଳେ ପୁଞ୍ଚ ଉପରେ ହୋଇଥିବା ଆକ୍ରମଣର ବଦଲା ଭାରତ ସର୍ଜିକାଲ ଷ୍ଟ୍ରାଇକ ମାଧ୍ୟମରେ ହିଁ ନେଇଥିଲା । ଭାରତର ସୀମା ଡେଇଁ ଆକ୍ରମଣ କରିବାର ଫଳାଫଳ ବି କେତେ ଭୟଙ୍କର ହୋଇପାରେ ତାହା ପାକିସ୍ତାନ ନିଶ୍ଚିତ ରୂପେ ବୁଝି ସାରିଥିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ନେତ୍ତୃତ୍ଵରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ସେ ଏହା ମଧ୍ୟ କହିଛନ୍ତିକି ପୁରା ଦେଶ ବିଶେଷ କରି ଦୁଇଟି କାରଣ ପାଇଁ ଶ୍ରୀ ପାରିକରଙ୍କୁ ମନେରଖିବ । ସେମଧ୍ୟରୁ ଗୋଟିଏ

ହେଉଛି ସେ ଗୋଆକୁ ଏକ ନୂଆ ପରିଚୟ ଦେଇଛନ୍ତି ଆଉ ଦ୍ଵିତୀୟଟି ହେଉଛି ସେ ତିନି ସେନାକୁ ୱାନ ରାଙ୍କ ୱାନ ପେନସନ ଯୋଜନା ଲାଗୁ କରିଛନ୍ତି । ଗୋଆରେ ଆୟୋଜିତ ହୋଇଥିବା ଏକ ସଭାରେ ଭାଷଣ ଦେଉଥିବା ସମୟରେ ଶ୍ରୀ ସାହ ଏହା ମଧ୍ୟ କହିଛନ୍ତିକି ପିଏମ ମୋଦିଙ୍କ ନେତୃତ୍ୱରେ ଦେଶ ଶାସନରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ଦେଶର ସୀମା ଡେଇଁ ମନଇଚ୍ଛା ଆତଙ୍କବାଦୀ ମାନେ ଆସୁଥିଲେ ଆଉ ଆତଙ୍କରାଜ ଚଳାଉଥିଲେ । ସେସମୟରେ ଦିଲ୍ଲୀ ଦରବାରରୁ କେବଳ ମାତ୍ର ଏକ ନିବେଦନ ହିଁ କରାଯାଉଥିଲା । ଏହା ବ୍ୟତୀତ ଅନ୍ୟ କିଛି ପଦକ୍ଷେପ ନିଆଯାଉ ନଥିଲା । କିନ୍ତୁ ପୁଞ୍ଚ ଆଟାକର ଉଚିତ ପଦକ୍ଷେପ ଦେଇଥିଲା ଭାରତ । ମୋଦି ଓ ପାରିକରଙ୍କ ମିଳିତ ଉଦ୍ୟମରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଭାରତ । ସାମ୍ନା ପଟ ଆକ୍ରମଣର ଉଚିତ ପ୍ରତି ଜବାବ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.