ବୈଷ୍ଣୋ ଦେବୀ ଯାଉଥିବା ଶ୍ରଦ୍ଧାଳୁ ଧ୍ୟାନ ରଖନ୍ତୁ, ଯଦି ନ ଥିବ ୭୨ ଘଣ୍ଟାର କୋଭିଡ୍ ରିପୋର୍ଟ, କରି ପାରିବେ ନାହିଁ ଦର୍ଶନ; ନୂଆ ଗାଇଡ୍ଲାଇନ ଜାରି
ଜମ୍ମୁ-କାଶ୍ମୀର ପ୍ରଶାସନ କୋଭିଡ୍-୧୯ ମହାମାରୀକୁ ନଜରରେ ରଖି ବୈଷ୍ଣୋ ଦେବୀ ମନ୍ଦିରରେ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ନୂଆ ଗାଇଡ୍ଲାଇନ ଜାରି କରିଛି। ଏମିତିରେ ଯଦି ଆପଣ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯୋଜନା କରୁଛନ୍ତି କି ଯିବାର ଅଛି, ତା’ହେଲେ ଏହି କଟକଣାଗୁଡ଼ିକ ବିଷୟରେ ତୁରନ୍ତ ଜାଣି ନେବା ଉଚିତ। ଜମ୍ମୁ-କାଶ୍ମୀର ପ୍ରଶାସନ ମୁତାବକ, କେନ୍ଦ୍ର ଶାସିତ ଅଞ୍ଚଳରେ ଆଗମନ ପାଇଁ RT-PCR/ର୍ୟାପିଡ୍ ଆଣ୍ଟିଜେନ୍ ଟେଷ୍ଟର ନେଗେଟିଭ୍ ରିପୋର୍ଟ ଦେଖାଇବା ଅନିବାର୍ଯ୍ୟ ହେବ। ଏହି ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇ ନ ଥିବା ଦରକାର।
ଜମ୍ମୁ-କାଶ୍ମୀର ସରକାରଙ୍କ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ନୂଆ ଆଦେଶରେ କୁହାଯାଇଛି କି, କେବଳ ସେହି ତୀର୍ଥଯାତ୍ରୀମାନଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ, ଯେଉଁମାନଙ୍କଠାରେ କୌଣସି କୋଭିଡ୍ ଲକ୍ଷଣ ନ ଥିବ। ୟୁଟିର ମୁଖ୍ୟ ସଚିବଙ୍କ ଦ୍ୱାରା ସ୍ୱାକ୍ଷରିତ ଏହି ଆଦେଶ ମୁତାବକ, କୋଭିଡ୍-୧୯ର ଯତ୍ନଶୀଳତା ବା SOPକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ। ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ କେନ୍ଦ୍ର ଶାସିତ ଅଞ୍ଚଳରେ କୋଭିଡ୍-୧୯ ମାମଲାରେ ଅସମାନୁପାତୀ ଧାରା ଜାରି ରହିଛି ଏବଂ ସମସ୍ତ ଜିଲାରେ ବର୍ତ୍ତମାନ କୋଭିଡ୍କୁ ରୋକିବାର ଉପାୟ ଜାରି ରଖିବାର ଆବଶ୍ୟକତା ରହିଛି।
ଦିନକୁ ଦିନ କରୋନାର ନୂଆ ମାମଲା ସାମ୍ନାକୁ ଆସୁଥିବାରୁ ଏହାକୁ ରୋକିବା ଲାଗି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସଂଖ୍ୟା ଉପରେ ନଜର ପକାଇଲେ, ଜମ୍ମୁ-କାଶ୍ମୀରରେ ଗୁରୁବାର କରୋନାର ୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩,୩୧,୩୮୬ ହୋଇଯାଇଛି। ଯଦିଓ ସଂକ୍ରମଣ ଯୋଗୁ କୌଣସି ମୃତ୍ୟୁ ମାମଲା ସାମ୍ନାକୁ ଆସି ନାହିଁ। ଅଧିକାରୀମାନେ କହିଛନ୍ତି କି, କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଘାତକ ଭାଇରସ୍ କାରଣରୁ ୪,୪୨୯ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। କେବଳ ଜମ୍ମୁ ଡିଭିଜନରେ ୧୩ ମାମଲା ଏବଂ କାଶ୍ମୀର ଡିଭିଜନରେ ୭୪ ନୂଆ ମାମଲା ସାମ୍ନାକୁ ଆସିଛି।