ଖଲ୍ଲିକୋଟ ଅଞ୍ଚଳରୁ ଗିରଫ କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକକୁ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ । ଖଲ୍ଲିକୋଟ ADJ କୋର୍ଟରେ ୪ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ପୋଲିସ । ରିମାଣ୍ଡରେ ନେଇ ତାକୁ ଅଧିକ ପଚରାଉଚରା କରାଯିବ । କେତେଦିନ ଧରି ସେ ଏହିି ବେପାର ଚଳାଇଥିଲା । ଏତେ ଟଙ୍କା ଓ ସୁନା କେଉଁଠୁ ଆଣିଲା ସେସବୁର ଖୋଳତାଡ଼ କରାଯିବ ।
କନ୍ଧମାଳ ଓ ଗଜପତି ଜିଲ୍ଲାରୁ ସେ ବିପୁଳ ପରିମାଣର ଗଞ୍ଜେଇ ଆଣି ଗୁଜୁରାଟକୁ ଚାଲାଣ କରୁଥିଲା । ଖଲ୍ଲିକୋଟ ପୋଲିସ ଓ ଭେଜିପୁଟ ଫାଣ୍ଡି ପୋଲିସ ଗତକାଲି ଖଜାପଲ୍ଲୀରେ ଥିବା ରଜନୀକାନ୍ତ ଘରେ ଚଢ଼ାଉ କରି ସାଢେ ୮ କେଜି ସୁନା ଓ ୭୫ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ କରିଥିଲେ। ରଜନୀକାନ୍ତ ବହୁ ଦିନ ଧରି ଗଂଜେଇ କାରବାର କରୁଥିଲା । ନିଶା ବେପାରରୁ ସେ ପ୍ରାୟ ୧୨ କୋଟି ଟଙ୍କାର ସଂପତ୍ତି କମାଇଛି । ୧୦ ବର୍ଷ ପୂର୍ବରୁ ସେ ମଧ୍ୟ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହୋଇଥିଲା ।
ନିଜ ସ୍କୁଟି ଗାଡ଼ି ସାହାଯ୍ୟରେ ଏହି ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା । ପରେ ଏନେଇ ଖଲ୍ଲିକୋଟ ପୋଲିସ ଅତର୍କିତ ଭାବେ ରଜନୀକାନ୍ତଙ୍କ ଘରେ ଚଢାଉ କରିଥିଲେ । ଚଢାଉ ବେଳେ ଗଞ୍ଜେଇ, ଅଫିମ, ଟଙ୍କା ଓ ସୁନା ଜବତ କରିଛି ପୋଲିସ । ରଜନୀ କାନ୍ତଙ୍କୁ ଗିରଫ କରିବା ସହ ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି ।