ଭାରତରେ ପ୍ରଥମ ଥର ପାଇଁ କୃତ୍ରିମ ପ୍ରଜନନ (IVF) ଟେକ୍ନୋଲୋଜି ବ୍ୟବହାର କରି ଏକ ଟେଷ୍ଟ୍ ଟ୍ୟୁବ୍ ମଇଁଷି ଛୁଆ ଜନ୍ମ ହୋଇଛି । ଏହି ମଇଁଷିଟି ବନି ପ୍ରଜାତିର । ଏହାସହ ଭାରତରେ ଓପିୟୁ – ଆଇଭିଏଫ୍ ଟେକନିକ୍ ଆଗାମୀ ସ୍ତରରେ ପହଞ୍ଚିଛି । ପ୍ରଥମ ଟେଷ୍ଟ ଟ୍ୟୁବ୍ ଛୁଆ ବନି ପ୍ରଜାତିର ମଇଁଷିର ୬ଥର ଆଇଭିଏଫ୍ ଗର୍ଭଧାନ ପରେ ଜନ୍ମ ହୋଇଛି । ଏହି ପ୍ରକ୍ରିୟା ସୁଶିଳା ଏଗ୍ରୋ ଫାର୍ମ୍ସର କୃଷକ ବିନୟ ଏଲ୍, ବାଲାଙ୍କ ଘରକୁ ଯାଇ ପୂରା କରାଯାଇଛି । ଏହି ଫାର୍ମ ଗୁଜରାଟର ସୋମନାଥ ଜିଲ୍ଲାର ଧନେଜ ଗାଁରେ ରହିଛି ।
ଉଲ୍ଲେଖନୀୟ ଯେ,୧୬ ଡିସେମ୍ୱର ୨୦୨୦ରେ ବନି ମଇଁଷିର ଅଣ୍ଡାଣୁ ବାହାର କରି (ଓପିୟୁ) ଓ ଏହାକୁ ବିକଶିତ କରି ମଇଁଷିର ଗର୍ଭାଶୟରେ ସ୍ଥାପିତ କରି ପ୍ରକ୍ରିୟା ଆରମ୍ଭ କରିବା ଯୋଜନା କରାଯାଇ ଥିଲା । ବୈଜ୍ଞାନିକମାନେ ବିନୟ ଏଲ୍, ବାଲାଙ୍କର ଗୁଜରାଟ ସ୍ଥିତ ସୋମନାଥ ଜିଲ୍ଲାର ଧନେଜ ଠାରେ ଥିବା ସୁଶୀଳା ଏଗ୍ରୋ ଫାର୍ମ୍ସର ବନି ପ୍ରଜାତିର ୩ଟି ମଇଁଷିକୁ ଗର୍ଭାଧାନ ପାଇଁ ପ୍ରସ୍ତୁତ କରିଥିଲେ । ବୈଜ୍ଞାନିକମାନେ ମଇଁଷିର ଅଣ୍ଡାଶୟରୁ ଡିମ୍ୱ ବାହାର କରିବାର ଉପକରଣ ଦ୍ୱାରା ୨୦ ଅଣ୍ଡାଣୁ ବାହାର କରିଥିଲେ । ୩ଟି ମଧ୍ୟରୁ ଗୋଟିଏ ମଇଁଷିର ମୋଟ ୨୦ଟି ଅଣ୍ଡାଣୁକୁ ଆଇଭିସି ପ୍ରକ୍ରିୟାରେ ବାହାର କରାଗଲା ।
ବାସ୍ତବରେ ଗୋଟିଏ ଡୋନରରୁ ବାହାର କରାଯାଉ ଥିବା ୨୦ ଅଣ୍ଡାଣୁଙ୍କ ମଧ୍ୟରୁ ୧୧ଟି ଭ୍ରୃଣ ତିଆରି ହୋଇଥିଲା । ଯେଉଁଥିରେ ୩ଟି ଆଇଭିଏଫ୍ ଗର୍ଭାଧାନ ଅସ୍ତିତ୍ୱକୁ ଆସିଲା । ଦ୍ୱିତୀୟ ଡୋନରରୁ ୫ଟି ଅଣ୍ଡାଣୁ ବାହାର କରାଗଲା , ଯେଉଁଥିରେ ୫ଟି ଭ୍ରୃଣ ପ୍ରସ୍ତୁତ ହୋଇଥିଲା । ୫ଟି ମଧ୍ୟରୁ ୪ ଟି ଭ୍ରୃଣକୁ ସ୍ଥାପିତ କରିବା ପାଇଁ ଚୟନ କରାଯାଇ ଥିଲା ଏବଂ ଏହି ପ୍ରକ୍ରିୟାରୁ ୨ଟି ଗର୍ଭଧାନ ହୋଇଛି ।