ଭୁବନେଶ୍ବର: ଇଂଷ୍ଟାଗ୍ରାମରେ ସୁଇସାଇଡ ନୋଟ, ବିନ୍ଦୁସାଗରରୁ ମିଳିଲା ଯୁବକଙ୍କ ମୃତଦେହ

କେନ୍ୟୁଜ୍(ବ୍ୟୁରୋ): ବିନ୍ଦୁସାଗରରୁ ମିଳିଲା ଯୁବକର ମୃତଦେହ। ଯୁବକଙ୍କ ନାଁ ସାଇ ଜ୍ୟୋତିପ୍ରକାଶ। ସେ ନିଜ  ଇଂଷ୍ଟାଗ୍ରାମରେ ସୁଇସାଇଡ ନୋଟ ଲେଖିଛନ୍ତି। ଗତକାଲି ବିନ୍ଦୁସାଗର ଅଞ୍ଚଳରୁ ନିଖୋଜ ହେବା ପରେ ତାଙ୍କ ସାଙ୍ଗ ଲିଙ୍ଗରାଜ ଥାନାକୁ ରାତିରେ ଫୋନ କରି ଜଣାଇଥିଲେ। ଖବର ପାଇ ରାତିରେ ପୋଲିସ ଓ ଅଗ୍ନିଶମ ବାହିନୀ ଆସି ବିନ୍ଦୁ ସାଗରରେ ଖୋଜାଖୋଜି କରିଥିଲେ।

ବିନ୍ଦୁ ସାଗର ନିକଟରୁ ଜ୍ୟୋତିଙ୍କ ସ୍କୁଟି ପାଇଥିଲେ କିନ୍ତୁ ଜ୍ୟୋତିଙ୍କୁ ପାଇନଥିଲେ। ଆଜି ସକାଳୁ ପୁଣି ଖୋଜାଖୋଜି କଲାପରେ ଜ୍ୟୋତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଜ୍ୟୋତି ଲେଖିଥିବା ସୁଇସାଇଡ଼ ନୋଟରୁ କିଛି ସ୍ପଷ୍ଟ ଜଣା ପଡୁନାହିଁ ସେ କହିଁକି ଓ କେଉଁ ଉଦ୍ଦେଶ୍ୟରେ ଲେଖିଛନ୍ତି। ପୋଲିସ ତଦନ୍ତ ପରେ ସବୁ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.