ଭୁବନେଶ୍ୱର (କେନ୍ୟୁଜ୍) : କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆରମ୍ଭ ହୋଇଛି ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ଚେସ୍ ପ୍ରତିଯୋଗିତା । କ୍ୟାମ୍ପସ-୧୫ରେ ଥିବା ଅନ୍ତର୍ଜାତୀୟ ଚେସ୍ ହଲରେ ଏହି ପ୍ରତିଯୋଗିତା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୮ଟି ପୁରୁଷ ଓ ୨୦ଟି ମହିଳା ଦଳ ଭାଗ ନେଉଛନ୍ତି । ଗତଥର ପୁରୁଷ ବିଭାଗରେ କାଲକାଟା ବିଶ୍ୱବିଦ୍ୟାଳୟ ଏବଂ ମହିଳା ବର୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ଚାମ୍ପିଅନ୍ ହୋଇଥିଲା ।
ଏହାକୁ ଆଜି କିଟ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ ଓ ଅଲିମ୍ପିଆନ୍ ଦୂତୀ ଚାନ୍ଦ ଉଦଘାଟନ କରିଛନ୍ତି । ଏହି ଅବସରରେ କିଟ୍ର ପ୍ରଫେସର ଜୟନ୍ତ ପରିଡ଼ା, କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।