ଏଥର କାର୍ତ୍ତିକ ପୂର୍ଣ୍ଣିମା : ଦୁର୍ଲଭ ଯୋଗ, କଣ କରିବେ ଜାଣନ୍ତୁ

ନଭେମ୍ବର ୨୩ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକ ବ୍ରତଧାରୀଙ୍କର ବ୍ରତ ଶେଷ ହେବ । ହବିଷ୍ୟାଳି ବ୍ରତ ସାରି ନିଜ ନିଜ ଘରକୁ ବାହୁଡ଼ିବେ । ତେବେ ସାଧାରଣ ଜନତାଙ୍କ ସଚନା ପାଇଁ ଆମେ ଜଣାଇ ଦେଉଛୁ କି ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲଭ ଯୋଗ ରହିଛି । ଦୀର୍ଘ ୫୪ ବର୍ଷ ପରେ କୃତିକା ନକ୍ଷତ୍ରରେ ଏହି ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ପଡ଼ିଛି । ଏଥିରେ ମହାକାଳ ଯୋଗର ନିର୍ମାଣ ହୁଏ । ଚଳିତ ଥର ବୃହସ୍ପତି ବିଛା ରାଶିରେ, ଶନି ଧନୁ ରାଶିରେ ଏବଂ ସୂର୍ଯ୍ୟ ବିଛା ରାଶିରେ ଅବସ୍ଥାନ କରୁଛନ୍ତି । ଏଭଳି ଯୋଗ ବେଶ୍‌ ଫଳଦାୟୀ ହୋଇଥାଏ ।
କାର୍ତ୍ତିକ ପୂର୍ଣ୍ଣିମାକୁ ଦେବଦୀପାବଳି ଭାବେ ପାଳନ କରାଯାଏ । ବିଶ୍ୱାସ ରହିଛି ଏହି ଦୀନ ଦୀପ ଦାନ କଲେ ପରିବାରର କୁଶଳ ମଙ୍ଗଳ ହୁଏ । ସନ୍ଧ୍ୟାରେ ଦୀପ ଦାନ କଲେ ପୁନର୍ଜନ୍ମ ହୁଏ ନାହିଁ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଭଗବାନ ଶ୍ରୀବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ । ଏହି ଦିନ ଗଙ୍ଗାରେ ସ୍ନାନ କଲେ ଅନେକ ପୂଣ୍ୟ ହୁଏ ।

matsya vatara

ପୂର୍ଣ୍ଣିମାରେ ଦାନର ମହତ୍ତ୍ୱ

କାର୍ତ୍ତିକ ପୂର୍ଣ୍ଣିମାରେ ଦାନ କଲେ ଅନେକ ଫଳପ୍ରାପ୍ତି ହୋଇଥାଏ । ଗରିବ ଲୋକ ସମେତ ନିଜ ସମ୍ପର୍କୀୟମାନଙ୍କୁ ବିଭିନ୍ନ ଦ୍ରବ୍ୟ ଦାନ କରାଯାଏ । ବିଶେଷ ଭାବେ ସନ୍ଧ୍ୟାରେ ଚନ୍ଦ୍ର ଉଦୟ ହେବା ପରେ ଦାନର ଫଳ ଅଧିକ ବଢ଼ିଯାଏ ।
ସେହିପରି ସନ୍ଧ୍ୟାରେ ଘର ସମେତ ଦେବୀ ମନ୍ଦିର ଏବଂ ତୁଳସୀ ମୂଳ ଓ ଓସ୍ତ ଗଛ ମଳୂରେ ଦୀପ ଜାଳିଲେ ଶୁଭ ଫଳ ମିଳିଥାଏ ।
ପୂର୍ଣ୍ଣିମା ଅବସରରେ ବିଷ୍ଣୁଙ୍କ ଷୋଡ଼ଶ ଉପଚାର ପୂଜା, ବିଷ୍ଣୁ ସହସ୍ର ନାମ ପାଠ ଆଦି କରାଯାଏ । ଏହି ଦିନଟି ବିଷ୍ଣୁଙ୍କର ଅତି ପ୍ରିୟ ବୋଲି କୁହାଯାଏ । ତେଣୁ ଏହି ମନ୍ତ୍ରଟି ଜପ କରନ୍ତୁ ।

ଓଁ ନମୋ ସ୍ତବନ ଅନନ୍ତାୟ ସହସ୍ର ମୂର୍ତ୍ତୟେ
ସହସ୍ର ପାଦାକ୍ଷି ଶିରୋରୁ ବାହବେ
ସହସ୍ର ନାମ୍ନେ ପୁରୁଷାୟ ଶଶ୍ୱତେ
ସହସ୍ର କୋଟି ଯୁଗ ଧାରିଣେ ନମଃ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.