ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । GFS ମୋଡେଲ ଅନୁସାରେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବ।
A low pressure area is likely to form over Southeast Bay of Bengal and neighbourhood around 9th November.
— Meteorological Centre, Bhubaneswar (@mcbbsr) November 5, 2021
ଏହା ପୂର୍ବରୁ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଅବଶ୍ୟ ଲଘୁଚାପର ପ୍ରଭାବ ଓଡିଶାରେ ବିଶେଷ ଭାବେ ପଡ଼ିନଥିଲା । ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେବା ସହ ତାମିଲନାଡୁ ଉପରେ ଅଧିକ ପ୍ରଭାବ ପକାଇଥିଲା। ଏହାର ପ୍ରଭାବରେ ଗତ୨୮ତାରିଖରେ ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।