ଭୁବନେଶ୍ବର(କେନ୍ଯୁଜ୍): ପୁଣି ଭାଇରାଲ୍ ହେଲା ରକ୍ତ ଚରିତ୍ର ଗ୍ରୁପ୍ର ଭିଡ଼ିଓ । ରାତି ୩ଟାରେ କାର୍ ଉପରେ କରୁଛନ୍ତି ଷ୍ଟଣ୍ଟ ସୋ । କାର୍ ଡୋର ଖୋଲି ବିପଦଜନକ ଭାବେ ଡ୍ରାଇଭିଂ କରୁଛନ୍ତି ଯୁବକ ।
ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଗତକାଲି ୨ଜଣ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସୋମବାର ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ଚେଙ୍ଗ ଘରେ ପୋଲିସ ପଶି ଖୋଳତାଡ କରିବାର ଦିନକ ପରେ ଗତକାଲି ଆତ୍ମସମର୍ପଣ କରିଥିଲେ ୨ ଅଭିଯୁକ୍ତ।
ସୂଚନା ଥାଉକି, ରାଜଧାନୀରେ ଏହି ରକ୍ତ ଚରିତ୍ର ଗ୍ୟାଙ୍ଗ ରାତି ହେଲେ ଉତ୍ପାତ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି କମିଶନରେଟ ପୋଲିସ। ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଦାମୀ ଗାଡ଼ିରେ ବୁଲୁଛନ୍ତି । ନିଶାରେ ଚୁର ହୋଇ ବିଚ୍ ରାସ୍ତାରେ ମତୁଆଲା ଡ୍ୟାନ୍ସ କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ଭିଡିିଓ ସୁଟ୍ କରିବା ସହ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରୁଛନ୍ତି । ଭୟରେ ରାତିରେ ଲୋକ ଘରୁ ପାଦ କାଢିବାକୁ ଡରୁଛନ୍ତି ।