ଭୁବନେଶ୍ବର(କେନ୍ଯୁଜ୍): ଏବେ ମାତିଛନ୍ତି ସାଇବର ଲୁଟେରା। ହ୍ବାଟସ୍-ଆପ୍ ହ୍ଯାକ୍ କରି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏହି ହ୍ବାଟସ୍-ଆପ୍ ଠକେଇରୁ ବଞ୍ଚିବା ପାଇଁ ଏବେ କମିସନରେଟ୍ ପୋଲିସ୍ ଜାରି କରିଛି ସତକର୍ତା। ଆପଣାନ୍ତୁ ଏହିସବୁ ପଦକ୍ଷେପ । ଯାହାଦ୍ବାରା ଠକାମୀ ଠାରୁ ନିଜକୁ ଦୁରେଇ ରଖିପାରିବେ।
ଏଥିପାଇଁ ପ୍ରଥମେ ନିଜ ହ୍ବାଟସ୍-ଆପ୍ ଆକାଉଣ୍ଟର Two Step Verificationକୁ କାର୍ଯ୍ଯକ୍ଷମ କରନ୍ତୁ । ଏଥିପାଇଁ ଆପଣଙ୍କୁ ଏହି ପ୍ରଣାଳୀ ଦେଇ ଯିବାକୁ ପଡିବ।
WhatsApp account -> Setting ->Accounts->Two step verification->Enable->Six digit pin->Confirm same pin again->ନିଜ email id->confirm email id-> Save->Done
–କୌଣସି ଅଜଣା ଲିଙ୍କ୍ କ୍ଳିକ୍ କରନ୍ତୁନି ବା OTP କାହାକୁ ଦିଅନ୍ତୁ ନାହିଁ ।
–ଅନ୍ ଲାଇନ୍ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ଲୋକ ସହ କଥା ହୋଇ ଯାଞ୍ଚ କରନ୍ତୁ।