ଛଅ ଶହ କିଲୋର ଆଳୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁନି, ଜାଣନ୍ତୁ ଭିତିରି କଥା

କିଛି ଦିନ ତଳେ ସୋସିଆଲ ମିଡିଆରେ ୮ କିଲୋର ଏକ ଆଳୁ ଖୁବ ଭାଇରାଲ ହୋଇଥିଲା । ନ୍ୟୁଜଲାଣ୍ଡର ଏକ ଦମ୍ପତି ଏହି ଆଳୁକୁ ନିଜ ଘର ବଗିଚାରେ ଚାଷ କରିଥିଲେ । ଯାହାର ଚର୍ଚ୍ଚା ଦୁନିଆ ସାରା ହୋଇଥିଲା । କିନ୍ତୁ ଆପଣ ଜାଣିଛନ୍ତି ଦୁନିଆରେ ୬୦୦ କିଲୋ ଓଜନର ଆଳୁ ମଧ୍ୟ ଅଛି । ଆଜ୍ଞା ହଁ, ବିଶ୍ୱାସ ହେଉନଥିଲେ ବି ଏକଦମ ସତ । ଏହି ଆଳୁର ଓଜନ ୬୦୦ କିଲୋ। ହେଲେ କହି ରଖୁଛୁ କି ଏହି ଆଳୁ କିନ୍ତୁ ଅରିଜିନାଲ ନୁହେଁ, ଏହା ଏକ ଆଳୁ ଭଳି ଦେଖା ଯାଉଥିବା ହୋଟେଲ । ଆପଣ ଜାଣିକି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଆଳୁ ଆକାରରେ ତିଆରି ହୋଇଥିବା ଏହି ହୋଟେଲ ଭିତରକୁ ଯିବା ଲାଗି ଦିନକୁ ୧୮ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ହୋଟେଲର ବାହାରଟି ଏକଦମ୍‌ ଆଳୁ ଭଳି ଦେଖା ଯାଉଛି । ଏହି ଲାଗଜୁରି ହୋଟେଲ ଭିତର ଛବି ଗୁଡିକ ଦେଖିଲେ ଆପଣଙ୍କୁ ଏହା ଭିତରେ ରହିଯିବାକୁ ଇଚ୍ଛା ହେବ । ଆଳୁ ଆକାରରେ ଏହି ହୋଟେଲ ଆମେରିକାର ଇଦାହୋ ରାଜ୍ୟରେ ରହିଛି ।

ଦୁନିଆର ସବୁ ସୁଖ ସୁବିଧା ଉପଲବ୍ଧ

ଛଅ ଟନ ଓଜନ ଆଳୁ ହୋଟେଲ ଭିତରକୁ ଯିବା ପରେ ଆପଣଙ୍କ ଆଖି ଉପରେ ଭରସା ହେବ ନାହିଁ । ଏହି ହୋଟେଲ ଭିତରେ ଦୁନିଆର ସବୁ ସୁଖ ସୁବିଧାର ବ୍ୟବସ୍ଥା କରାଯାଇଛି । ଏହି ହୋଟେଲରେ ଯାଇ ଗୋଟେ ରାତି ରହିବା ଲୋକଙ୍କୁ ୨୪୭ ଡଲାର ଅର୍ଥାତ ୧୮ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡିଥାଏ | ଆମେରିକାର ଇଦାହୋ ରାଜ୍ୟ ଆଳୁ ଉତ୍ପାଦନ ପାଇଁ ବେଶ ଜଣାଶୁଣା । ଏହି କାରଣରୁ ଏଠାରେ ଆଳୁ ଆକାରରେ ହୋଟେଲ ତିଆରି କରାଯାଇଥିଲା । ଭିତରଟି ଗୋଲାକାର । ଯେମିତି ଆଳୁର ଖୋଳପା ଭିତରେ ଆପଣ ରହିଛନ୍ତି ସେମିତି ଲାଗିବ ।

PATATO-2
ଏହି ହୋଟେଲ ଭିତରେ ଦୁଇଜଣ ଲୋକ ରାତି କଟାଇ ପାରିବେ । ହୋଟେଲ ଇଣ୍ଟେରିୟର ବହୁତ ସୁନ୍ଦର ବେଶ୍‌ ଆଧୁନିକ।ଏ ଏଠାରେ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ମିଳେ । ଏହା ଛଡା ଛୋଟ ବାଥରୁମ ଓ ଛୋଟ ରୋଷେଇ ଘର ମଧ୍ୟ ତିଆରି ହୋଇଛି । ହୋଟେଲରେ ରହୁଥିବା ଲୋକମାନଙ୍କୁ ଗରମ ନ ଲାଗିବା ପାଇଁ ଏୟାର କଣ୍ଡିସନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଳୁ ହୋଟେଲକୁ ବହୁତ ପସନ୍ଦ କରନ୍ତି ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.