Below header

ଗରିବ ବି ନେଇ ପାରିବେ ଏସି ଟ୍ରେନର ଆନନ୍ଦ, ସାଧାରଣ ବଗିକୁ ଏସି କୋଚରେ ବଦଳାଇବାକୁ ପ୍ରସ୍ତୁତି ଚଳାଇଛି ରେଲୱେ; ଡୋର୍‌ ରହିବ ସ୍ୱୟଂଚାଳିତ

ଟ୍ରେନର ସାଧାରରଣ ବଗିରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଯଦି ସବୁକିଛି ଠିକ୍‌ ଚାଲେ, ତେବେ ଯାତ୍ରୀମାନଙ୍କୁ କମ୍‌ ପଇସାରେ ହିଁ ଏସି ବଗିରେ ଯାତ୍ରା କରିବାର ଆନନ୍ଦ ମିଳି ପାରିବ। କାହିଁକିନା, ରେଲେଓ୍ଵ ସାଧାରଣ ବଗିକୁ ଏସି କମ୍ପାର୍ଟମେଣ୍ଟରେ ବଦଳାଇବାକୁ ପ୍ରସ୍ତୁତି ଚଳାଇଛି। ରେଲେଓ୍ଵ ଲମ୍ବା ଯାତ୍ରାର ଟ୍ରେନ୍‌ଗୁଡ଼ିକରେ ସାଧାରଣ ବଗି ଅର୍ଥାତ୍‌ ଜେନେରାଲ କୋଚ୍‌କୁ ଏସି କୋଚ୍‌ରେ ବଦଳାଇବାର ବିକଳ୍ପ ଖୋଜୁଛି, ଯଦ୍ଦ୍ଵାରା ସେହି ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ପ୍ରଦାନ କରାଯାଇ ପାରିବ, ଯେଉଁମାନେ ଅଧିକ ଭଡ଼ା ଦେବାକୁ ସକ୍ଷମ ନାହାନ୍ତି।

ରିପୋର୍ଟ ମୁତାବକ, ଏହି ଏସି ବଗିରେ ୧୦୦ କିମ୍ବା ୨୦୦ ଯାତ୍ରୀ ବସିବାର ବ୍ୟବସ୍ଥା କରାଯିବ ଏବଂ ସାଧାରଣ ଲୋକେ ଯେପରି ଏଥିରେ ଯାତ୍ରା କରି ପାରିବେ, ସେଥିପାଇଁ ଭଡ଼ା ମଧ୍ୟ ବହୁତ କମ୍‌ ରହିବ। ବଗିଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ହେବ ଏବଂ ଏଥିରେ ସ୍ୱୟଂ ବନ୍ଦ ହୋଇ ଯାଉଥିବା ଡୋର୍‌ ଲଗାଯିବ। ରେଳ ମନ୍ତ୍ରାଳୟରେ ଏବେ ଏହି ଯୋଜନା ଉପରେ ବିଚାର ବିମର୍ଶ ଆରମ୍ଭ ହୋଇ ଯାଇଛି। ପଞ୍ଜାବର କପୁରଥଲାରେ ଥିବା ରେଲେଓ୍ଵ କୋଚ ଫ୍ୟାକ୍ଟ୍ରିରେ ଏହି ପ୍ରଥମ ଏସି ଜେନେରାଲ କୋଚର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାର ସମ୍ଭାବନା ରହିଛି।

ଯଦିଓ ରାଜଧାନୀ, ଶତାବ୍ଦୀ ଏବଂ ବନ୍ଦେ ଭାରତ ଭଳି ପ୍ରମୁଖ ଟ୍ରେନ୍‌ଗୁଡ଼ିକୁ ଛାଡ଼ି ସମସ୍ତ ଲମ୍ବା ଯାତ୍ରାର ଟ୍ରେନରେ କରୋନା ମହାମାରୀ ପୂର୍ବରୁ ଅଣସଂରକ୍ଷିତ ସାଧାରଣ ବଗି ଥିଲା, କିନ୍ତୁ ଏବେ ଏମିତି କୋଚଗୁଡ଼ିକ ସଂରକ୍ଷିତ ବଗି ରୂପରେ ଚାଲୁଛି। ଅଧିକାରୀମାନଙ୍କ କହିବା ହେଲା, ଯଦି ସାଧାରଣ ଯାତ୍ରୀ ସୁଲଭ ମୂଲ୍ୟରେ ଏସି କୋଚରେ ଆରାମଦାୟକ ଯାତ୍ରା କରି ପାରିବେ, ତ ଏହା ରେଲେଓ୍ଵର ପ୍ରାଥମିକତା ହେବା ଉଚିତ। ନିକଟରେ ହିଁ ରେଲେଓ୍ଵ ସ୍ଲିପର କ୍ଲାସର ବଗିଗୁଡ଼ିକରେ ଯାତ୍ରା କରିବାର ବିକଳ୍ପ ବାଛିଥିବା ଯାତ୍ରୀଙ୍କ ପାଇଁ ଏସି-୩ ସ୍ତରଠାରୁ କମ୍‌ ଭଡ଼ାଯୁକ୍ତ ଏସି ଇକୋନମି କ୍ଲାସ୍‌ କୋଚ ପ୍ରଦାନ କରିଥିଲା। ରେଲେଓ୍ଵ ଏକ ଅଲ୍‌-ଏସି ଇକୋନମି ଟ୍ରେନ୍‌ର ପ୍ରଥମ ସେବା ମଧ୍ୟ ଆରମ୍ଭ କରିଥିଲା। କହି ରଖୁଛୁ, ଯଦି ରେଲେଓ୍ଵର ଯୋଜନା ସଫଳ ହୁଏ, ତେବେ ଗରିବ ଲୋକେ କମ୍‌ ପଇସାରେ ଏସିର ଆସନ୍ଦ ନେଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.