Below header

ନାଳକୁ ପାଣି ପିଇବାକୁ ଯାଉଥିବା ବେଳେ କାଦୁଅ ଖାତରେ ପଡି ହାତୀ ଶାବକ ଗୁରୁତର

କୁଚିଣ୍ଡା(କେନ୍ଯୁଜ୍): କାଦୁଅ ଖାତରେ ପଡି ହାତୀ ଶାବକ ଗୁରୁତର। ବାମରା ବନଖଣ୍ଡ କୁଚିଣ୍ଡା ବନ୍ୟ ପ୍ରାଣୀ ବନାଞ୍ଚଳ ବେଦଝରନ ଜଙ୍ଗଲ ନିକଟ ନାଳକୁ ପାଣି ପିଇବାକୁ ଯାଉଥିବା ବେଳେ ଖସିପଡିଥିଲା। ହାତୀ ଶାବକଟିର ବୟସ ପ୍ରାୟ ୬ ମାସରୁ ଏକ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି।

ଗତକାଲିଠାରୁ ଏହି ହାତୀ ଶାବକଟି ଏଠାରେ ପଡିଥିବା ବେଳେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ରାମବାସୀ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ। ଶେଷରେ ଗ୍ରାମବାସୀ ଓ ବନବିଭାଗ ଦ୍ୱାରା ହାତୀ ଶାବକଟି ଉଦ୍ଧାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.