Below header

ମିଛ ଧରୁଥିବା ମେସିନ(ଲାଏ ଡିଟେକ୍ସନ ଟେଷ୍ଟ): ଜାଣନ୍ତୁ କିଏ କରିଥିଲେ ଆବିଷ୍କାର ଆଉ କେମିତି କରେ କାମ ?

ଆପଣ ଅନେକ ଥର ପଲିଗ୍ରାଫ ଟେଷ୍ଟ ବିଷୟରେ ଖବରରେ ଶୁଣିଥିବେ କିମ୍ବା ଦେଖିଥିବେ।ଯାହାକୁ ଲାଏ ଡିଟେକ୍ଟର ଟେଷ୍ଟ ବୋଲି ମଧ୍ୟ କୁହାଯାଏ। ଅନେକ ସାଘାଂତିକ କେସ୍‌ରେ ଏହି କଥା ଆପଣ ଶୁଣିଥିବେ। ମିଛ ଧରିବା ପାଇଁ ଏହି ମେସିନକୁ ଲାଏ ଡିଟେକ୍ସନ ମେସିନ ବୋଲି କୁହାଯାଏ। ଏହି ମେସିନର ସନ୍ଧାନ ୧୯୨୧ରେ ଜନ ଅଗଷ୍ଟ ଲାର୍ସନ କରିଥିଲେ। କାଲିଫର୍ଣ୍ଣିଆ ୟୁନିଭରସିଟିରେ ଚିକିତ୍ସା ଛାତ୍ର ଥିଲେ ଅଗଷ୍ଟ ଲାର୍ସନ। ଅପରାଧିକ ମାମଲାର ଯାଞ୍ଚ ପାଇଁ ପଲିଗ୍ରାଫ ଟେଷ୍ଟ ବେଶ୍‌ ସହାୟକ ବୋଲି କୁହାଯାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହି ମେସିନ କେମିତି କାମ କରିଥାଏ।

ମିଛ ଧରିବା ପାଇଁ ଶରୀରର କିଛି ଅଙ୍ଗରେ ତାର ଏବଂ ନଳୀ ଲଗାଯାଏ। ଯାହା ପରେ ବିଶେଷଜ୍ଞ ଅଭିଯୁକ୍ତକୁ ପ୍ରଶ୍ନ ପଚାରନ୍ତି। ଅଭିଯୁକ୍ତ ଉତ୍ତର ଦେବା ସମୟରେ ତା’ର ରକ୍ତଚାପ, ନିଶ୍ୱାସ ପ୍ରଶ୍ୱାସ ନେବାର ଗତି, ପଲ୍ସ ରେଟ୍‌, ହାତ ଏବଂ ଗୋଡର ମୁଭମେଣ୍ଟକୁ ମେସିନ ରେକର୍ଡ କରିଥାଏ। ଏହି ରେକର୍ଡ ଆଧାରରେ ବିଶେଷଜ୍ଞ ଟେଷ୍ଟର ଫଳାଫଳ ଦେଇଥାନ୍ତି।

ଯଦି କୌଣସି ବ୍ୟକ୍ତି ଟେଷ୍ଟ ସମୟରେ ମିଛ କହୁଥାନ୍ତି, ତେବେ ତାଙ୍କର ରକ୍ତଚାପ, ନିଶ୍ୱାସ ପ୍ରଶ୍ୱାସ ନେବାର ଗତି ଏବଂ ପଲ୍ସ ରେଟ ବଢିଯାଏ। ମନୁଷ୍ୟ ଲଗାଯାଇଥିବା ତାର ଏବଂ ନଳୀ ମେସିନକୁ ସିଗନାଲ ପଠାଇଥାଏ। ଏଥିରୁ ଯାହା ଅଧ୍ୟୟନ କରାଯାଏ, ତେବେ ସେହି ଆଧାରରେ ବିଶେଷଜ୍ଞ ନିର୍ଣ୍ଣୟ ନିଅନ୍ତି।

ବିଶେଷଜ୍ଞ ଅଭିଯୁକ୍ତକୁ ସହଜ ପ୍ରଶ୍ନ ପଚାରନ୍ତି। ଯାହାର ଉତ୍ତର ସାଧାରଣତଃ ଭାବେ ଲୋକ ସଠିକ୍‌ ଦେଇଥାଏ। କିନ୍ତୁ ଯେପରି ସମୟ ବଢେ, ବିଶେଷଜ୍ଞ କଠିନ ପ୍ରଶ୍ନ ପଚାରନ୍ତି, ଆଉ ଏହି ପ୍ରଶ୍ନର ଉତ୍ତର ଦେବା ସମୟରେ ଅଭିଯୁକ୍ତର ଗତିବିଧିରୁ ସତ ଧରାପଡିଥାଏ। କିନ୍ତୁ ଏହା ଯେ ପ୍ରକୃତ ସତ, ତାହା କହିବା ମୁର୍ଖାମୀ। ଏହା କେବଳ ରିସର୍ଚ୍ଚ ଆଧାରରେ କରାଯାଇଛି କିନ୍ତୁ ଯେଉଁମାନେ କୁଖ୍ୟାତ ଅପରାଧି, ସେମାନେ ଲାଏ ଡିଟେକ୍ସନ ଟେଷ୍ଟରେ ମଧ୍ୟ ମିଛ କହି ଖସି ପଳାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.