ଆମେରିକାକୁ ପଛରେ ପକାଇ ସବୁଠୁ ଧନୀ ଦେଶ ପାଲଟିଲା ଚୀନ, ୧୭ ଗୁଣ ବଢ଼ିଛି ସମ୍ପତ୍ତି

ଆମେରିକାକୁ ପଛରେ ପକାଇ ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ପାଲଟିଗଲା ଚୀନ। ରିପୋର୍ଟ ମୁତାବକ, ମ୍ୟାନେଜମେଣ୍ଟ କନସଲଟାଣ୍ଟ ମ୍ୟାକଇନସେ ଆଣ୍ଡ କମ୍ପାନୀ ( Management Consultant McKinsey & Company) ର ଏକ ରିସର୍ଚ୍ଚରେ ଦାବି କରାଯାଇଛି ଯେ ଏବେ ଚୀନ ସବୁଠୁ ଧନୀ ଦେଶ ପାଲଟିଛି। ଏହି ରିପୋର୍ଟ ଅନୁସାରେ, ଗତ ୨ ଦଶକ ମଧ୍ୟରେ ବିଶ୍ୱର ସମ୍ପତ୍ତି ୩ ଗୁଣ ହୋଇଯାଇଛି। ୨୦୦୦ ମସିହାରେ ଦୁନିଆର ମୋଟ ସମ୍ପତ୍ତି ୧୫୬ ଟ୍ରିଲିୟନ ଡଲାର ଥିଲା। କିନ୍ତୁ ୨୦୨୦ ରେ ଏହା ବଢ଼ି ୫୧୪ ଟ୍ରିଲିୟନ ଅରବ ଡଲାର ହୋଇଛି।

ଏଥିରେ ଚୀନର ଭାଗୀଦାରୀ ଏକ ତୃତୀୟାଂଶ ରହିଛି। ଚୀନର ସମ୍ପତ୍ତି ୨୦୦୦ ମସିହାରେ ମାତ୍ର ୭ ଟ୍ରିଲିୟନ ଡଲାର ଥିଲା, ଯାହା ୨୦୨୦ ରେ ୧୨୦ ଅରବ ଡଲାରରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଆମେରିକାର ସମ୍ପତ୍ତି ଦୁଇ ଗୁଣ ବଢ଼ି ୯୦ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା। ଚୀନ ଓ ଆମେରିକା ବିଶ୍ୱର ଦୁଇଟି ବୃହତ ଅର୍ଥ ବ୍ୟବସ୍ଥା। ଏହି ଦୁଇଟି ଦେଶରେ ଦୁଇ- ତୃତୀୟାଂଶରୁ ଅଧିକ ସମ୍ପତ୍ତି ୧୦ ପ୍ରତିଶତ ଧନୀ ପରିବାର ପାଖରେ ରହିଛି।

ଏନେଇ ରିସର୍ଚ୍ଚର କହିଛନ୍ତି, ଦୁନିଆର ୧୦ଟି ଦେଶର ବାଲାନ୍ସ ସିଟ୍ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ଦେଶ ଦୁନିଆର ୬୦ ପ୍ରତିଶତରୁ ଅଧିକ ଇନକମକୁ ରିପ୍ରେଜେଣ୍ଟ କରୁଛି। ଏଥିରେ ଚୀନ, ଆମେରିକା, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, କାନାଡ଼ା, ଅଷ୍ଟ୍ରେଲିଆ, ଜାପାନ, ମେକ୍ସିକୋ ଓ ସ୍ଵିଡେନ ସାମିଲ ଅଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ମୋଟ ସମ୍ପତ୍ତିର ୬୮ ପ୍ରତିଶତ ଅଂଶ ରିୟଲ ଇଷ୍ଟେଟ୍ ଭାବେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.