ଚାକିରି ଖୋଜୁଛନ୍ତି କି ? ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ LIC ଆଣିଛି ସୁବର୍ଣ୍ଣ ସୁଯୋଗ। ଭାରତୀୟ ଜୀବନ ବୀମା ନିଗମ (LIC) ର ଅଫିସିଆଲ ୱେବସାଇଟ୍ରେ ୧୦୦ ପଦବୀରେ ଇସ୍ୟୁରାନ୍ସ ଆଡଭାଇଜର ପଦ ପାଇଁ ଚାକିରି ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏଲଆଇସି ତରଫରୁ ଜାରି ହୋଇଥିବା ନୋଟିଫିକେସନକୁ ଭଲ ଭାବେ ପଢି ଆବେଦନ କରନ୍ତୁ। ଆସନ୍ତୁ ଜାଣିବା ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା କ’ଣ ହେବା ଆବଶ୍ୟକ…
ପଦବୀ ବିବରଣୀ: ୧୦୦
ପଦ: ଇସ୍ୟୁରାନ୍ସ ଆଡଭାଇଜର
ଦରମା: ୭,୦୦୦/୨୫,୦୦୦ ଟଙ୍କା
ଚାକିରି କରିବାର ସ୍ଥାନ: ନୂଆଦିଲ୍ଲୀ
ଦରମା ଓ ଅନ୍ୟାନ୍ୟ ସୁବିଧା:
ଚୟନ ହେବା ପରେ ପ୍ରାର୍ଥୀଙ୍କୁ ମାସିକ ସର୍ବନିମ୍ନ ୭,୦୦୦ ଟଙ୍କା ଓ ସର୍ବାଧିକ ୨୫,୦୦୦ ଟଙ୍କା ଦରମା ମିଳିବ। ଏହ ବ୍ୟତୀତ ସେମାନଙ୍କୁ ଗ୍ରାଚ୍ୟୁଇଟି, ଏଲ୍ଆଇସି, ମେଡିକାଲ ସୁବିଧା, ମିଲ କୁପନ, ଚମଡ଼ା ବ୍ୟାଗ୍ ଓ ମୋବାଇଲ ଏବଂ ଡାଏରୀ ଆଦି କିଣିବା ପାଇଁ ଅତିରିକ୍ତ ଅର୍ଥ ମିଳିବ।
ଜରୁରୀ ତାରିଖ:
ଆବେଦନ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୧ ରହିଛି।
ଶିକ୍ଷାଗତ ଯୋଗ୍ୟତା:
ଗ୍ରାଜୁଏଟ୍
ଚୟନ ପ୍ରକ୍ରିୟା:
ଆବେଦନ କରିଥିବା ପ୍ରାର୍ଥୀଙ୍କର ତିନିଟି ପରୀକ୍ଷା(ଥ୍ରୀ ଟାୟାର) ହେବ। ଚୟନ ହେବା ପରେ ପ୍ରାର୍ଥୀଙ୍କ ମେଡିକାଲ ଟେଷ୍ଟ କରାଯିବ।
ଆବେଦନ ଶୁଳ୍କ:
ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।
କେମିତି କରିବେ ଆବେଦନ:
ଆବେଦନ କରିବା ପାଇଁ ପ୍ରାର୍ଥୀ www.ncr.gov.in କୁ ଯାଇ ଖୋଲି ନୋଟିଫିକେସନ ଚେକ୍ କରି ଆପ୍ଲାଏ କରିପାରିବେ।