Below header

ରାସ୍ତାର ବାମ ପଟେ ଆମେ କାହିଁକି ଯାତାୟାତ କରିଥାନ୍ତି, ଜାଣନ୍ତୁ କଣ ଏହାର କାରଣ?

ଭାରତରେ ରୋଡ ଉପରେ ଚାଲିବା ପାଇଁ ଆମକୁ ସର୍ବପ୍ରଥମେ ଏହା ଶିକ୍ଷା ଦିଆଯାଏ ଯେ ରାସ୍ତାର ବାମ ପଟେ ଚାଲିବା ଉଚିତ। କିନ୍ତୁ ଥରେ ଭାବନ୍ତୁ ତ ଯଦି କେହି ଆପଣଙ୍କୁ ଏହା କହିବେ ଯେ ବାମ ନୁହେଁ ଡାହାଣ ପାର୍ଶ୍ୱରେ ଚାଲିବାକୁ ତାହେଲେ? ପୁରୁଣା ନୋଟ ଭଳି ଏହି ନିୟମ କିନ୍ତୁ ବଦଳୁନାହିଁ କିନ୍ତୁ ଯଦି ଆପଣ ଆମେରିକା, ଚୀନ କିମ୍ବା ୟୁରୋପିଆନ ଦେଶକୁ ଯାଉଛନ୍ତି ତାହେଲେ ଆପଣ ଏହି ଅଭ୍ୟାସକୁ ନିଶ୍ଚୟ ବଦଳାଇବାକୁ ପଡିବ।

ଆଜିର ଯୁଗରେ ପ୍ରାୟ ସମସ୍ତଙ୍କ ପାଖରେ ନିଜର ପର୍ସନାଲ କାର ରହିଛି। କିନ୍ତୁ ଆପଣ କେବେ ଗୋଟେ କଥା ନୋଟିସ୍‌ କରିଛନ୍ତି ଭାରତରେ କାରର ଷ୍ଟ୍ୟୟରିଙ୍ଗ ବାମ ପାର୍ଶ୍ୱରେ ରହିଥାଏ କିନ୍ତୁ ବିଦେଶରେ ଡାହାଣ ପାର୍ଶ୍ୱରେ ଥାଏ ଏହା ଆପଣ ମୁଭିରେ ବି ଦେଖିଥିବେ। ତେବେ ଏହାର ଜବାବ ବହୁତ କମ୍‌ ଲୋକ ଜାଣିଛନ୍ତି।

ବିଶ୍ୱରେ ସମସ୍ତ ଦେଶର ନିଜ ନିଜ ନିୟମ ରହିଛି । ଏହି ନିୟମ ଆନୁସାରେ ସେଠାକାର ନାଗରିକମାନଙ୍କୁ ଏହାକୁ ପାଳନ କରିବାକୁ ପଡ଼ିଥାଏ । କିନ୍ତୁ ସେହି ଦେଶର ନାଗରିକ ଯଦି ଅନ୍ୟ କୌଣସି ଦେଶକୁ ଯାଆନ୍ତି ତେବେ ସେମାନଙ୍କୁ ଉକ୍ତ ଦେଶର ନିୟମ ବୁଝିବାକୁ ଅଡ଼ୁଆ ହୋଇଥାଏ । ଏହିପରି ଏକ ନିୟମ ରାସ୍ତାରେ ଗାଡ଼ି ଚଳାଇବା ।

carବିଶ୍ୱର କିଛି ଦେଶରେ ନିୟମ ରହିଛି ଯେ, ରାସ୍ତାର ବାମପଟେ ଗାଡ଼ି ଚଳାଇବା ପାଇଁ । ହେଲେ ଆଉ କିଛି ଦେଶରେ ଏମିତି ନିୟମ ରହିଛି ଯେ, ସେଠାକାର ନାଗରିକ ଡାହାଣ ପଟେ ଗାଡ଼ି ଚଳାଇବା ସହିତ ଯାତାୟାତ ମଧ୍ୟ କରିବେ । ଏକ ୱେବ୍‌ସାଇଟ୍‌ ଅନୁସାରେ ବିଶ୍ୱର ୩୫ ପ୍ରତିଶତ ଲୋକ ବାମ ପାର୍ଶ୍ୱରେ ଡ୍ରାଇଭ୍ କରନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ସେହି ଦେଶରେ ବାସ କରନ୍ତି ଯେଉଁଠି ପୂର୍ବରୁ ବ୍ରିଟିଶ ଉପନିବେଶ ଥିଲା । ବ୍ରିଟିଶ ଯୁଗରୁ ବାମ ପାର୍ଶ୍ୱରେ ଚାଲିବାର ଅଭ୍ୟାସ ରହିଛି ଏବଂ ଏହା ପଛର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରଥମ କାରଣ ହେଉଛି ରାଜାମାନେ ଶାସନ କରୁଥିବା ସମୟରେ ଖଣ୍ଡାଧାରୀମାନେ ରାସ୍ତାରେ ବାମ ପାର୍ଶ୍ୱରେ ଘୋଡ଼ାଗାଡ଼ି ଚଳାଉଥିଲେ । ଏହାର କାରଣ ହେଉଛି ଅଧିକାଂଶ ଖଣ୍ଡାଧାରୀ ଡାହାଣ ହାତରେ ଖଣ୍ଡା ଚଳାଉଥିଲେ । ତେଣୁ ବାମ ପଟେ ଖଣ୍ଡା ବାହାର କରିବା ତାଙ୍କ ପାଇଁ ସହଜ ଥିଲା। ଡାହାଣ ହାତରେ ଅସ୍ତ୍ର ଧରି କୌଣସି ଆକସ୍ମିକ ବିପଦର ସାମ୍ନା କରନ୍ତି । ଅନ୍ୟପଟେ, ଯଦି ସେ ଡାହାଣ ପାର୍ଶ୍ୱରେ ଚାଲିଥାନ୍ତେ, ତେବେ ଡାହାଣ ହାତରେ ଖଣ୍ଡା ବାହର କରିବା ପରେ ଓଲଟା ଅସ୍ତ୍ର ଚଳାଇବାକୁ ପଡ଼ିଥାନ୍ତା । ଯାହାକି କଷ୍ଟକର ଏବଂ ସମୟ ନଷ୍ଟ କରିଥାନ୍ତା ।

roadଦ୍ୱିତୀୟ କାରଣ ହେଉଛି ପୁରାତନ କାଳରେ ଅଶ୍ୱାରୋହୀମାନେ ଘୋଡାକୁ ବାମ ପାର୍ଶ୍ୱରୁ ଚଢ଼ୁଥିଲେ । କାରଣ ଖଣ୍ଡା ସେମାନଙ୍କ ବାମ ପାର୍ଶ୍ୱରେ ରହୁଥିଲା । ଏହି କାରଣରୁ ଡାହାଣ ପାର୍ଶ୍ୱରୁ ଆରୋହଣ କରିବା କଷ୍ଟସାଧ୍ୟ ଥିଲା । ଡାହାଣ ହାତରେ ଯୁଦ୍ଧ କରୁଥିବା କାରଣରୁ ସେମାନଙ୍କୁ ଘୋଡା ଚଢ଼ିବାର ସୁବିଧା ରହିବା ଉଚିତ । ଏହାର ଅନ୍ୟ ଏକ କାରଣ ବି ହେଉଛି ରାଣୀ ଏଲିଜାବେଥଙ୍କ ସମୟରେ କେବଳ ରାଜ ପରିବାରର ଲୋକମାନେ ବାମ ପାର୍ଶ୍ୱରେ ଚାଲିବାର ନିୟମ ଥିଲା। ଆଉ ସାଧାରଣ ଜନତାଙ୍କୁ ଡାହାଣ ପାର୍ଶ୍ୱରେ ଚାଲିବାକୁ ପଡୁଥିଲା ।

୧୭୮୯ର ଫରାସୀ ବିପ୍ଳବ ପରେ, ଯେତେବେଳେ ଲୋକମାନଙ୍କ ହାତକୁ କ୍ଷମତା ଆସିବା ଆରମ୍ଭ କଲା ସେତେବେଳେ ରାଜ ପରିବାର ମଧ୍ୟ ସାଧାରଣ ଜନତାଙ୍କ ସହ ଡାହାଣ ପାର୍ଶ୍ୱରେ ଚାଲିବାକୁ ବାଧ୍ୟ ହେଲେ । ଯଦି କେହି ବାମ ଆଡ଼କୁ ଗଲେ, ତାଙ୍କୁ ରାଜ ପରିବାର ବା ଅତି ଧନୀ ସମାଜର ବିବେଚନା କରାଯାଏ ଏବଂ ଜନସାଧାରଣ ତାଙ୍କୁ ଆକ୍ରମଣ କରିବେ ବୋଲି ଭୟ ରହିଲା । ଏହି କାରଣରୁ ଧନୀ ଲୋକମାନେ ମଧ୍ୟ ନିଜର ପରିଚୟ ଲୁଚାଇବା ପାଇଁ ଡାହାଣ ପାର୍ଶ୍ୱରୁ ଚାଲିବା ଆରମ୍ଭ କଲେ । ସେବେଠାରୁ ଯାନବାହାନରେ ଥିବା ଷ୍ଟିୟରିଂ ଚକ ମଧ୍ୟ ବିଭିନ୍ନ ପାର୍ଶ୍ୱରେ ତିଆରି ହେବା ଆରମ୍ଭ କଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.