Below header

ଡିସେମ୍ବର ୬ରେ ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌, ମୋଦିଙ୍କୁ ଭେଟିବେ

ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ଭାରତ ଓ ରୁଷ ମଧ୍ୟରେ ୨୧ତମ ଶିଖର ବାର୍ତ୍ତା ପାଇଁ ଡିସେମ୍ବର ୬ରେ ଭାରତ ଆସିବେ ପୁଟିନ୍‌। ଏ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ। କରୋନା କାଳ ମଧ୍ୟରେ ନରେନ୍ଦ୍ର ମୋଦି ଓ ପୁଟିନ୍‌ଙ୍କର ଏହା ପ୍ରଥମ ସାକ୍ଷାତ। ଏ ଅବସରରେ ଉଭୟ ଦେଶକୁ ମଜଭୁତ କରିବା ପାଇଁ ଦୁଇ ନେତା ଆଲୋଚନା କରିବେ। ପୁଟିନ୍‌ଙ୍କ ଭାରତ ଗସ୍ତ ସମ୍ପର୍କରେ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ୍‌ ବାଗ୍‌ଚୀ ସୂଚନା ଦେଇଛନ୍ତି।

୬ ଡିସେମ୍ବର ୨୦୨୧ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ନୂଆଦିଲ୍ଲୀରେ ପହଞ୍ଚିବେ। ଭାରତ-ରୁଷ ‘ଟୁ-ପ୍ଲସ୍‌-ଟୁ’ ମିଟିଂ ରକ୍ଷା ଓ ବିଦେଶ ମନ୍ତ୍ରିସ୍ତରୀୟ ସମ୍ବାଦର ପ୍ରଥମ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କର ଏକ ଶିଖର ବୈଠକ ସହ ଆୟୋଜିତ ହେବ। ଭାରତ ଓ ରୁଷ ମଧ୍ୟରେ ପ୍ରଥମ ୨+୨ ବାର୍ତ୍ତା ଡିସେମ୍ବର ୬ରେ ଅନୁଷ୍ଠିତ ହେବ।

ଭାରତ ଗସ୍ତ ବେଳେ ପୁଟିନ୍‌ ଅନେକଗୁଡ଼ିଏ ଚୁକ୍ତିନାମାରେ ସ୍ୱାକ୍ଷର କରିପାରନ୍ତି। ୨୦୨୧ରେ ପୁଟିନ୍‌ଙ୍କର ଏହା ଦ୍ୱିତୀୟ ବିଦେଶ ଯାତ୍ରା। ଶିଖର ସମ୍ମିଳନରେ ଯୋଗ ଦେବା ପାଇଁ ପୁଟିନ୍‌ ଶେଷ ଥର ପାଇଁ ୨୦୧୮ରେ ଆସିଥିଲେ। ଏ ଅବସରରେ ଏସ୍‌-୪୦୦ ଡିଲ୍‌ରେ ଉଭୟ ଦେଶ ହସ୍ତାକ୍ଷର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.