ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମକୁ ଆକ୍ରମଣକୁ ଘଟଣାରେ ମାଷ୍ଟରକ୍ୟାଣ୍ଟିନରେ କମ୍ପିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ମହିଳା ବିପଦରେ, ବିଜେଡି ଶାସନରେ ଅସୁରକ୍ଷିତ ମହିଳା, ଏହି ନାରା ଦେଇ ମାଷ୍ଟରକ୍ୟାଣ୍ଟିନ ରେ କମ୍ପିଲା ବିଜେପି, ମମତା ପରି, ମାଧବୀଳତା, ଇତିଶ୍ରୀ, ବେବିନାଙ୍କ ପରି ଅନେକ ମହିଳା ଅତ୍ୟାଚାରିତ ହୋଇ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯାହାକୁ ନେଇ ଦୃଢ଼ ନିନ୍ଦା କରିଛି ରାଜ୍ୟ ବିଜେପି। ଏଥିସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ବିଜେଡି କର୍ମୀ ମାନେ ନେତାମାନଙ୍କ ପ୍ରରୋଚନାରେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେପି ।

bjp2

ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଆଗାମୀ ଦିନରେ ଏହି ପ୍ରତିବାଦ ଜୋରଦାର ହେବା ନେଇ ଚେତାବନୀ ଦେଇଛି ବିଜେପି । ନିଖୋଭ ବେଳେ ପୋଲିସ ଓ ବିଜେପି କର୍ମୀ ଧସ୍ତା ଧସ୍ତି । କିଛି ବିଜେପି କର୍ମୀ ଙ୍କୁ ଉଠାଇ ନେଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.