ପୁରୀ(କେ ନ୍ୟୁଜ): ପରମ୍ପରା ନେଇ ଗର୍ବ କରେ ଓଡ଼ିଆ। ପ୍ରତି ମାସରେ ପାଳିଥାଏ କିଛି ନା କିଛି ପର୍ବ । ଏଇ ଯେମିତି ପ୍ରଥମାଷ୍ଟମୀ । ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ଓଡ଼ିଆଙ୍କ ଘର ଆସନ୍ତୁ ପୁରୀ ଜିଲ୍ଲା ଜଗନ୍ନାଥପୁର ଡ଼ିହସାହି ଗ୍ରାମକୁ ଯିବା, ସେଠାରେ ପ୍ରଥମାଷ୍ଟମୀ ପର୍ବ କିଭଳି ପାଳନ ହେଉଛି ଦେଖିବା।
ବେଶ ଚଳଚଂଚଳ ଗାଁଠୁ ସହର । ଘର ଦ୍ୱାର ଲିପା ପୋଛା ସାଙ୍ଗକୁ ମୁରୁଜ ପକାଇ, ପ୍ରଥମାଷ୍ଟମୀ ପାଳୁଛନ୍ତି ଓଡ଼ିଆ। ଶିଳରେ ଭଲ ଭାବରେ ବଟାଯାଇ ପ୍ରସ୍ତୁତ କରାଯାଉଛି ଓଡ଼ିଆଣୀର ପ୍ରୀୟ ହଳଦି ପତରରେ ଏଣ୍ଡୁରୀ ପିଠା । ଛେନା ପୁରରେ ପ୍ରସ୍ତୁତ ହୋଇଥିବା ପିଠାର ମହକରେ ସତେ ଯେମିତି ପୂରି ଉଠୁଛି ଘର ପରିବେଶ। ଏମିତି ଏକ ପରିବେଶ ଦେଖିବାକୁ ମିଳିଥିଲା ପୁରୀ ଜିଲ୍ଲା ଜଗନ୍ନାଥପୁର ଡ଼ିହସାହି ଗାଁରେ।
ସେପଟେ ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ଚାଲିଛି। ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଜଗତସିଂହପୁରର ମାଧବ ମନ୍ଦିରରୁ ଆସିଛି ପ୍ରଥମାଷ୍ଟମୀ ଭାର । ବଡ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପଢୁଆଁ କରାଯିବାର ବିଧି ରହିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ବଢି ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହୋଇଥାଏ। ବେଶରେ ନୂଆ ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ସହ ବିଭିନ୍ନ ଅଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୂପ ବଢି ମହାପ୍ରଭୁଙ୍କ ପଢୁଆଁ କରାଯିବ।