ପୁରୀ(କେ ନ୍ୟୁଜ): ପୁରୀ କୁମ୍ଭାରପଡା ଅଂଚଳରୁ ଏକ ଆହତ ବ୍ଲାକଇଗଲକୁ ଉଦ୍ଧାର କରିଛି ବନ ବିଭାଗ । ଆହତ ଅଵସ୍ଥାରେ ଏହି ଆହତ ବ୍ଲାକ ଇଗଲ ଶ୍ରୀଧର ପାଢ଼ୀଙ୍କ ବାଡ଼ିରେ ପଡିରହିଥିଲା । ବାଲୁଖଣ୍ଡ ରେଞ୍ଜ ଅଫିସର ସୁବ୍ରତ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ହୋଇଥିବା ଏହି ଇଗଲଟି ପୁରୁଷ ପ୍ରଜାତିର । ଇଗଲର ବୟସ ୭ ମାସ ହେବ ବୋଲି ଅନୁମାନ କରାଯାଉଛି । ଚିକିତ୍ସା ପରେ ତାଳୁ ବାଲୁଖଣ୍ଡ ଅଭୟାରଣ୍ୟରେ ଛାଡିଦିଆଯାଇଛି। ଇଗଲଟି କେଉଁଠୁ ଆସିଲା, କେମିତି ଆସିଲା ସେନେଇ କୌଣସି ପ୍ରକାର ସୂଚନା ମିଳି ପାରିନାହିଁ ।