ଆପଣତ ବଜାରରୁ ଭିନ୍ନ ଭିନ୍ନ ରକମର ମିଠା କିଣି ଖାଉଥିବେ । କିନ୍ତୁ କେବେ ଘରେ ବନେଇବା ପାଇଁ ଟ୍ରାଏ କରିଛନ୍ତିକି । ଯଦି କରିନାହାନ୍ତି ତେବେ ଆମେ ଆପଣଙ୍କ ପାଇଁ ଏକ ମିଠାର ରେସିପି ନେଇ ଆସିଛୁ । ଯାହାକୁ ବନେଇବା ଖୁବ ସହଜ । ଆଉ ଆପଣ ଘର ତିଆରି ମିଠାରେ ମଜା ବି ନେଇପାରିବେ । ତେବେ ଲେଖିରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
୨୫୦ ଗ୍ରାମ ମଇଦା
ଅଧା କପ ଦହି
ଅଧା ଚାମଚ ଖାଇବା ସୋଡ଼ା
ଅଧା ଚାମଚ ଲୁଣ
ଅଧା କପ ତେଲ
ଅଢେଇ ଗିନା ଚିନି
୩ କପ ପାଣି
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ଏକ ପାତ୍ରରେ ମଇଦା, ସୋଡା଼, ଲୁଣ, ତେଲ, ଦହି ଆଦିକୁ ଭଲ ଭାବରେ ଗୋଳାଇ ଏକ ଚକଟା ପ୍ରସ୍ତୁତ କରନ୍ତୁ ।
କିଛି ସମୟ ଛାଡିବା ପରେ ଲମ୍ବା ଲମ୍ବା ରୋଲ ଆକାରର ବନେଇ ଦିଅନ୍ତୁ ।
ଏବେ କଡେଇରେ ତେଲ ଗରମ କରି ଏହି ରୋଲ ଗୁଡିକୁ ଛାଣି ଦିଅନ୍ତୁ । ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ ।
ଏବେ ଅନ୍ୟ ଏକ ଜାଗାରେ ୩ କପ ପାଣି ଓ ଚିନି ଦେଇ ଫୁଟାଇ ଦିଅନ୍ତୁ । ଏହି ଶିରପଟି ବହଳିଆ ହେବା ଯାଏଁ ବସାନ୍ତୁ ।
ଏବେ ଛଣା ଯାଇଥିବା ରୋଲ ଗୁଡିକୁ ଏହି ଶିରପରେ ବୁଡାଇ ଦିଅନ୍ତୁ ।
ଏବେ ଚୁଲାରୁ ବାହାର କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।
ଏବେ ରେଡି ହୋଇଗଲା ଆପଣଙ୍କ ପ୍ରିୟ ମିଠା “ତୋସା” ।