୧୪ ବର୍ଷ ପରିଶ୍ରମ, ୯୫୦ ଥର ଫେଲ୍‌ ହେବା ପରେ ବ୍ୟକ୍ତି ସୃଷ୍ଟିକଲେ ଇତିହାସ,ପବନରେ ଚଳାଇଲେ ଇଞ୍ଜିନ

ଭରତପୁର : ମଣିଷର ଜିଦି ଯେତେବେଳେ ସକରାତ୍ମକ ଦିଗରେ ଗତି କରେ ସେତେବେଳେ ବହୁ ଅସମ୍ଭବ କଥା ବି ସମ୍ଭବ ହୋଇଯାଏ । କିଛି କରିବାର ଇଚ୍ଛାରେ ମତୁଆଲା ସାଜିଥିବା ଲୋକଙ୍କୁ କେହି କେହି ପାଗଳ କହି ଥଟ୍ଟା କରିଥାନ୍ତି । ହେଲେ ଯିଏ ଥରେ ଅସଫଳତାକୁ ସଫଳ କରିବାର ପଣ କରିବସେ ସେହି ଁ ଶେଷରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାଏ ଓ ସ୍ୱପ୍ନକୁ ସାକାର କରିଥାଏ । ଏପରି ଜଣେ ବ୍ୟକ୍ତି ହେଉଛନ୍ତି ତ୍ରିଲୋକୀ । ନଗଲା କୋରଇ ଲୋଧା ତହସିଲ କିରାବାଲି ଜିଲ୍ଲା ଆଗ୍ରାରେ ରୁହନ୍ତି ତ୍ରିଲୋକୀ ।

ପେଶାରେ ଜଣେ ଟ୍ରାକ୍ଟର ଓ ବାଇକର ଟାୟାର ପମ୍ପଚର ସଜାଡୁଥିବା ସାଧାରଣ ମେକାନିକ । ଦୋକାନ କହିଲେ ଏକ ଛୋଟିଆ ଝୁମ୍ପୁଡ଼ି । ଦିନେ କମ୍ପ୍ରେସରରେ ପବନ ଭରୁଥିବା ବେଳେ ହଠାତ ତାଙ୍କ କମ୍ପେସରର ଓ୍ଵାଲ ଭାଙ୍ଗିଗଲା ଓ ପବନ ଇଂଜିନିରେ ଆପେ ଆପେ ଭରିବାକୁ ଲାଗିଲା । ଏହି କ୍ଷଣ ତ୍ରିଲୋକୀଙ୍କ ମୁଣ୍ଡରେ ସୃଷ୍ଟି କଲା ଏକ ନୂଆ ବିଚାର । କିପରି ପବନରୁ ସେ ଇଂଜନ ଚଳାଇବେ ସେଥିରେ ଲାଗି ପଡିଲେ ।

triloki with his invention
P.C. patrika.com

ତା’ପରେ ସେ ଦିନ ରାତି ଏକ କରିଦେଲେ । ଏପରିକି ଘରକୁ ଯିବା ବି ଛାଡ଼ିଦେଲେ । କବାଡିରୁ ବିଭିନ୍ନ ପାର୍ଟସ ଆଣି ଲାଗି ପଡିଲେ ତାଙ୍କର କାମରେ । ସେ ଯେତେବେଳେ ପବନରୁ ଇଂଜିନ ଚଳାଇବା ବିଷୟ କହିଲେ । ଲୋକେ ତାଙ୍କୁ ଥଟ୍ଟା କରିବା ମଧ୍ୟ ଆରମ୍ଭ କରିଦେଲେ । ହେଲେ ସେ କେଉଁଥିରେ ପଛେଇ ନଯାଇ ତାଙ୍କ ଲକ୍ଷ୍ୟ ସ୍ଥଳରେ ଲାଗି ପଡିଲେ । ତାଙ୍କର ଭାଇ ତାଙ୍କୁ କେବଳ ଘରୁ ଖାଇବା ଦେବାକୁ ହିଁ ଆସୁଥିଲେ । ବାସ ଦୀର୍ଘ ୧୪ ବର୍ଷ ତପସ୍ୟାର ଫଳ ତାଙ୍କୁ ମିଳିଲା । ଏହି ୧୪ ବର୍ଷ ମଧ୍ୟରେ ସେ ତାଙ୍କ ଗବେଷଣାରେ ୯୫୦ ଥର ଫେଲ ହୋଇଛନ୍ତି ।

ଏଥିପାଇଁ ସେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ନିଜର ଜମି ଓ ଏକ ପ୍ଲାଣ୍ଟ ମଧ୍ୟ ବିକି ଦେଇଛନ୍ତି । ହେଲେ ଶେଷରେ ତାଙ୍କର ଦୃଢ଼ ମନୋବଳ ତାଙ୍କୁ ସଫଳତା ଦେବାକୁ ବାଧ୍ୟ ହେଲା । ସେ ପବନରୁ ଇଂଜିନ ଚଳାଇବା ମେସିନ ତିଆରି କରିବାରେ ସଫଳ ହେଲେ । ଏବେ ସେ ବାଇକ ଓ ଟ୍ରାକ୍ଟରକୁ ମଧ୍ୟ ପବନରେ ଚଳାଇବାକୁ ଇଚ୍ଛା ରଖିଛନ୍ତି ।

ତ୍ରିଲୋକୀ କୁହନ୍ତି, ଏବେ ତାଙ୍କର ଉଦ୍ଭାବିତ ପବନରେ ଚାଲୁଥିବା ଇଂଜିନ ସାହାଯ୍ୟରେ ବାଇକ,ଟ୍ରକ୍‌, ଟ୍ରାକ୍ଟର, ଅଟା ଚକି, ବୋର େଓ୍ଵଲ ସହ ବିଜୁଳି ବି ଚଲାଯାଇ ପାରିବ । ସରକାରଙ୍କ ପ୍ରୋତ୍ସାହନ ପାଇଲେ ଏହା ଆଗକୁ ଆହୁରି କିଛି କରିବେ ବୋଲି ସେ ପ୍ରକାଶ କରିଛନ୍ତି । ତ୍ରଲୋକୀଙ୍କ ଏହି ଉଦ୍ଭାବନରେ ତାଙ୍କୁ ସହାୟତା କରିଥିଲେ ରାମପ୍ରକାଶ ପଣ୍ଡିତ, ଅର୍ଜୁନ ସିଂହ, ରାମକମାର, ସନ୍ତୋଷ ଚାହର,ରାମଘନୀ ଓ ଚନ୍ଦ୍ରପ୍ରକାଶ ବୋଲି ସେ କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.