ବିବାହ ଦିନ ରଥରେ ବସି ରାଜା ଭଳି ଏଣ୍ଟ୍ରି କରିବେ ଭିକ୍କି କୌଶଲ, ବଛା ଯାଇଛି ୭ ଧଳା ଘୋଡ଼ା; କନ୍ୟା ବସିବା ପାଇଁ ରାଜକୀୟ ମଣ୍ଡପ ପ୍ରସ୍ତୁତ

କ୍ୟାଟ୍ରିନା କୈଫ୍‌ ଓ ଭିକ୍କି କୌଶଲଙ୍କ ଡେଷ୍ଟିନେଶନ ୱେଡିଙ୍ଗର ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। କପଲଙ୍କ ବିବାହ ସମ୍ବନ୍ଧିତ ସୂତ୍ରରୁ ଜଣାପଡ଼ିଛି କି, ସଙ୍ଗୀତ, ମେହେନ୍ଦୀ ସହିତ ଆରମ୍ଭ ହେଉଥିବା ୱେଡିଙ୍ଗ ସେରେମନି ରାଜସ୍ଥାନରେ ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥି ପୂର୍ବରୁ ସବାଇ ମାଧୋପୁରର ଡିଏମ୍‌ ରାଜେନ୍ଦ୍ର କିଶନ ନିର୍ଦ୍ଦେଶ ଦେଇଛନ୍ତି କି, ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସାମିଲ ହେବାକୁ ଥିବା ଅତିଥିମାନେ ଦୁଇଟି ଯାକ କୋଭିଡ୍‌ ଟିକା ଯେପରି ନେଇ ସାରିଥିବେ। ୪ ଦିନ ପାଇଁ ଆଇନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି ଜିଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ଡିଏମ୍‌ ବୈଠକ କରିଥିଲେ। ବର୍ତ୍ତମାନ ବିବାହ ସହ ଜଡ଼ିତ ଏକ ଲାଟେଷ୍ଟ ଅପଡେଟ୍‌ ସାମ୍ନାକୁ ଆସିଛି। ରିପୋର୍ଟସ୍‌ ମୁତାବକ, ଭିକ୍କି ନିଜ ବରଯାତ୍ରୀଙ୍କ ସହିତ ଗ୍ରାଣ୍ଡ ଏଣ୍ଟ୍ରି ନେବେ ଏବଂ ତାହା ପୁଣି ପାରମ୍ପରିକ ରୂପରେ। ସେ ଘୋଡ଼ା ଉପରେ ବସି ଏଣ୍ଟ୍ରି କରିବେ।

ବିବାହ ଦିନ ଭିକ୍କି କୌଶଲଙ୍କ ଗ୍ରାଣ୍ଡ ଏଣ୍ଟ୍ରି ପାଇଁ ୭ ଧଳା ଘୋଡ଼ା ବଛା ଯାଇଛି। ଅର୍ଥାତ୍‌ ୭ ଧଳା ଘୋଡ଼ା ରଥରେ ବସି ଭିକ୍କି ବିବାହ ସମାରୋହକୁ ପ୍ରବେଶ କରିବେ। ଏହା ମଧ୍ୟ କୁହାଯାଉଛି ଯେ ଏକ ରାଜକୀୟ ମଣ୍ଡପକୁ ଖାସ୍‌ କରି କନ୍ୟା ପାଇଁ ଡିଜାଇନ କରାଯାଇଛି। ନିକଟତମ ସୂତ୍ରରୁ ଜଣାପଡ଼ିଛି, ଦୁଇଜଣଙ୍କର ସଙ୍ଗୀତ, ମେହେନ୍ଦୀ ଆରମ୍ଭ ହୋଇ ଯାଇଛି। ବିବାହ ସମାରୋହ ପାଇଁ ମଧ୍ୟ ରାଜସ୍ଥାନରେ ପ୍ରସ୍ତୁତି ପର୍ବ ଆଗେଇ ଚାଲିଛି। ୭ରୁ ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିବାହରେ ଉଭୟଙ୍କ ପରିବାର ଲୋକଙ୍କ ବ୍ୟତୀତ କିଛି ଘନିଷ୍ଠ ଅତିଥି ସାମିଲ ହେବେ। ସେମାନଙ୍କ ବିବାହ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ହେବ। ବିବାହ ପରେ ଦୁଇଜଣ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ନିଜ ସାଙ୍ଗସାଥୀଙ୍କ ପାଇଁ ଏକ ରିସେପ୍ସନ ପାର୍ଟି ରଖିବେ।

ହେଲିକାପ୍ଟରରେ ୱେଡିଙ୍ଗ ଭେନ୍ୟୁ ପହଞ୍ଚିବେ କପଲ

କ୍ୟାଟ୍ରିନା କୈଫ୍‌ଙ୍କ ଘରେ ଘନିଷ୍ଠ ସମ୍ପର୍କୀୟମାନେ ଏକାଠି ହେଉଛନ୍ତି। ମିଡିଆ ରିପୋର୍ଟସ୍‌ ମୁତାବକ, କପଲ ଆସନ୍ତା ୯ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ। ଦୁଇଜଣ ୭ ଡିସେମ୍ବର ପୂର୍ବରୁ ହିଁ ପରିବାର ସହିତ ରାଜସ୍ଥାନ ଯିବେ। ଏଥିପାଇଁ ପରିବାର ଲୋକେ ବିବାହ ସମ୍ବନ୍ଧିତ ପ୍ରସ୍ତୁତିରେ ଜୋର୍‌ସୋରରେ ଲାଗି ପଡ଼ିଛନ୍ତି। ଖବର ରହିଛି କି, କପଲ ୬ ତାରିଖରେ ଜୟପୁର ଯିବାକୁ ଯୋଜନା ରଖିଛନ୍ତି। ଏହାପରେ ସେମାନେ ହେଲିକାପ୍ଟରରେ ୱେଡିଙ୍ଗ ଭେନ୍ୟୁରେ ପହଞ୍ଚିବେ। କ୍ୟାଟ୍ରିନା ଓ ଭିକ୍କି ନିଜ ବିବାହକୁ ମିଡିଆ ନଜରରୁ ଦୂରେଇ ରଖିବା ପାଇଁ ପୂରାପୂରି ଚେଷ୍ଟା ଚଳାଇଛନ୍ତି। ବିବାହରେ ଅତିଥିମାନଙ୍କୁ ମୋବାଇଲ ନେଇଯିବାକୁ ଅନୁମତି ନାହିଁ। ଅତିଥିମାନେ ବିଶେଷ କୋଡ୍‌ ଜରିଆରେ ହିଁ ବିବାହ ସମାରୋହରେ ସାମିଲ ହୋଇ ପାରିବେ। କହି ରଖୁଛୁ, ଭିକ୍କି-କ୍ୟାଟ୍‌ଙ୍କ ବିବାହ ସବାଇ ମାଧୋପୁରର ସିକ୍ସ ସେନ୍ସେସ୍‌ କୋର୍ଟ ବରଓ୍ଵାଡାରେ ଅନୁଷ୍ଠିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.