ବଲାଙ୍ଗିରରେ ଡିଲ୍‌ ବେଳେ ଦୁଇ ହାତୀ ଦାନ୍ତ ବେପାରୀ ଗିରଫ

ବଲାଙ୍ଗିର(କେନ୍ଯୁଜ୍): ଡିଲ୍‌ ବେଳେ ଦୁଇ ହାତୀ ଦାନ୍ତ ବେପାରୀ ଗିରଫ । ବଲାଙ୍ଗିରରେ ଧରାପଡ଼ିଲା ହାତୀ ଦାନ୍ତ ବେପାରୀ । ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାବର୍ତ୍ତୀ ଦେଉଳଗୁଡ଼ି ଗାଁରେ ଦୁଇ ବେପାରୀଙ୍କୁ କାବୁ କଲା ଏସଟିଏଫ ।

ହାତୀ ଦାନ୍ତ ବିକ୍ରି ପାଇଁ ବଲାଙ୍ଗୀରର ଗୁଡ଼ାଭେଳାରେ ଡିଲ ବେଳେ ମାଡ଼ିବସିଲା ଏସଟିଏଫ । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି । ତଦନ୍ତ ଚାଲିଥିବାରୁ ଏନେଇ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି ତଦନ୍ତକାରୀ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.