ଭାରତୀୟ କ୍ରିକେଟ ଟିମ୍ର ମ୍ୟାଚ ଓ୍ଵିନର ଯୁବରାଜ ସିଂ । ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଦୁନିଆର ସବୁଠାରୁ ଶ୍ରେଷ୍ଠ ଅଲରାଉଣ୍ଡର ରହିଥିବା ଯୁବରାଜଙ୍କ ଜନ୍ମ ଚଣ୍ଡୀଗଡରେ ୧୨ ଡିସେମ୍ବର ୧୯୮୧ରେ ହୋଇଥିଲା। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଯୁବରାଜଙ୍କ ନାମରେ ଅନେକ ବିଶ୍ୱ ରେକର୍ଡ ରହିଛି। ଟି-୨୦ ବିଶ୍ୱକପ କ୍ରିକେଟରେ ୬ଟି ବଲରେ ୬ଟି ଛକା ମାରି ରେକର୍ଡ କରିଥିଲେ ୟୁବି।
ବାପା ଜଣେ କ୍ରିକେଟର ଥିବା ଯୋଗୁଁ ପିଲାବେଳୁ କ୍ରିକେଟ ପ୍ରତି ରୁଚି ରଖିଥିଲେ ଯୁବରାଜ । ୨୦୦୦ ମସିହା କେନିୟା ବିପକ୍ଷରେ ଯୁବରାଜ ଡେବ୍ୟୁ କରିଥିଲେ । ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଇଂଲଣ୍ଡର ପ୍ରମୁଖ ବୋଲର ଷ୍ଟୁଆର୍ଟ ବ୍ରଡଙ୍କୁ ୬ଟି ବଲରେ ୬ଟି ଛକା ମାରି ତାଙ୍କ ନିଦ ହଜାଇ ଦେଇଥିଲେ ଯୁବରାଜ । ଆଉ ଏହି ୬ଟି ଛକା ସହ ସେ କରିଥିଲେ ବିଶ୍ୱ ରେକର୍ଡ । କେବଳ ସେତିକି ନୁହେଁ ସେହି ମ୍ୟାଚରେ ମାତ୍ର ୧୨ଟି ବଲରେ ଦ୍ରୁତତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ ।
ସେହିଭଳି ୨୦୦୭ ଟି-୨୦ ବିଶ୍ୱକପ ଏବଂ ୨୦୧୧ ବିଶ୍ୱକପରେ ଟିମ ଇଣ୍ଡିଆକୁ ବିଶ୍ୱ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣମେଣ୍ଟରେ ସେ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଜିତିଥିବା ଏକମାତ୍ର ଭାରତୀୟ ଖେଳାଳି ହୋଇଛନ୍ତି ଯୁବରାଜ। କ୍ୟାନ୍ସରରେ ପୀଡିତ ହେବା ପରେ ସେ ଖେଳଠୁ ଦୂରେଇ ଯାଇଥିଲେ । ତେଣୁ ତାଙ୍କୁ ‘ ଦ ରିଅଲ ଫାଇଟର’ ବୋଲି ମଧ୍ୟ କୁହାଯାଏ। କିନ୍ତୁ ପରେ ସୁସ୍ଥ ହୋଇ ଖେଳିଥିଲେ ସିନା ଆଗ ଭଳି ଆଉ ଜୋସ ଦେଖାଇପାରିନଥିଲେ। ଆଉ ୨୦୧୯ ଜୁନ ୧୦ ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।
Happy Birthday @YUVSTRONG12 💙
– Fastest T20I 50s (12b)
– 1st to Hit 6 6s in an Over in T20I
– Most ODI 100s at No.5 Position (7)
– Only Player to play 7 ICC Finals
– Youngest Indian to Win M.O.M Award in ICC Tournament (18yrs)
(1/n) pic.twitter.com/oHRMr0heF6
— S H E B A S (@Shebas_10) December 11, 2021
୨୦୦୦ରୁ ଡେବ୍ୟୁ କରିଥିବା ଯୁବରାଜ ୨୦୧୭ ପର୍ଯ୍ୟନ୍ତ ୩୦୪ ଦିନିକିଆ ମ୍ୟାଚରେ ୨୭୮ ଥର ଖେଳିବା ମଧ୍ୟରେ ୧୪ଟି ଶତକ ଏବଂ ୫୨ଟି ଅର୍ଦ୍ଧଶତକ ସାହାଯ୍ୟରେ ୮୭୦୧ କରିଛନ୍ତି। ତାଙ୍କ ନାମରେ ୧୧ଟି ଓ୍ଵିକେଟ ମଧ୍ୟରହିଛି। ଯୁବରାଜ ୨୦୧୭ ପର୍ଯ୍ୟନ୍ତ ୫୮ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୮ଟି ଅର୍ଦ୍ଧଶତକ କରି ୧୧୭୭ ରନ୍ ମଧ୍ୟ କରିଛନ୍ତି। ତାଙ୍କ ନାମରେ ଟେଷ୍ଟ କ୍ରିକେଟରେ ୨୦୦୩ରୁ ଆରମ୍ଭ କରି ୨୦୧୨ ପର୍ଯ୍ୟନ୍ତ ୪୦ଟି ମ୍ୟାଚ ଖେଳି ୩ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସହିତ ୧୯୦୦ ରନ୍ ଓ ୯ ଓ୍ଵିକେଟ ହାସିଲ କରିଥିବା ରେକର୍ଡ ମଧ୍ୟ ରହିଛି।