ଶଙ୍ଖୁଆ ଗାଁରେ ଅଘଟଣ : ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କଟକ(କେନ୍ୟୁଜ୍‌) : କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଶଙ୍ଖୁଆ ଗାଁରେ ଘଟିଛି ଅଘଟଣ । ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ସ୍ତ୍ରୀ କଳ୍ପନା ବେହେରାଙ୍କ ଅଡ଼ଶପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଛି।

ସ୍ୱାମୀ ବିଶ୍ଵନାଥ ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବିଶ୍ଵନାଥ ବେହେରାଙ୍କ ଘର ତରଡପଡା ଅଞ୍ଚଳରେ। ମୃତ କଳ୍ପନାଙ୍କ ଘର ନୂଆଗାଁରେ। ଉଭୟ ଦୁଇ ପୁଅଙ୍କୁ ନେଇ ଶଙ୍ଖୁଆ ଗାଁରେ ଭଡା ଘରେ ରହୁଥିଲେ।

କୌଣସି କାରଣରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଯୋଗୁଁ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ସ୍ତ୍ରୀକୁ ମାରିବା ଓ ନିଜେ ଆତ୍ମହତ୍ୟା କରିବା ପଛର କାରଣ ଅସଷ୍ଟ ରହିଛି। ଗୋବିନ୍ଦପୁର ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.