ଅନ୍ଧବିଶ୍ବାସରୁ ବାଦ ପଡିନାହାନ୍ତି ବଲିଉଡ ଷ୍ଟାର: କିଏ ପିନ୍ଧୁଛି ଦୁଇଟି ଘଣ୍ଟା ତ କିଏ ପାଦରେ ବାନ୍ଧିଛି କଳା ଫିତା

ସମସ୍ତଙ୍କର କୌଣସି ନା କୌଣସି ଜିନିଷକୁ ନେଇ ଅନ୍ଧବିଶ୍ୱାସ ରହିଛି । ଯାହା ପାଇଁ ଅନେକ ଲୋକ କିଛି ନା କିଛି ପନ୍ଥା ଆପଣାଉଛନ୍ତି । ଏମିତିକି ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ଗୁଡ୍‌ ଲକ୍‌ ପାଇଁ ଏମାନେ ମଧ୍ୟ ଏମିତି କିଛି ଜିନିଷ କରନ୍ତି ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣିବା ଆମିତାଭ ବଚ୍ଚନ ଙ୍କ ଠାରୁ ଆରମ୍ଭ କରି ଶାହରୁଖ ଖାନଙ୍କ ପର୍ଯ୍ୟନ୍ତ ବଡ ବଡ ଷ୍ଟାର ଙ୍କର ସେହି ଗୁଡ ଲକ୍‌ ର ମନ୍ତ୍ର ବିଷୟରେ ।

 

ଶାହାରୁଖ ଖାନ

ShahrukhKhan
Wikimedia Commomns

ଶାହାରୁଖ ଖାନଙ୍କୁ ବଲିଉଡର ରୋମାନ୍ସ  କିଙ୍ଗ କୁହାଯାଏ। ସେ ନ୍ୟୁମେରୋଲୋଜି ବା ସଂଖ୍ୟା ରେ ବହୁତ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ସେ ତାଙ୍କର ସମସ୍ତ ଗାଡିର ତ୍ରିପଲ ଫାଇଭ୍‌ ବା ୫୫୫ ନମ୍ବର ରଖିଛନ୍ତି | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜ୍ୟୋତିଷଙ୍କ ନିର୍ଦ୍ଦେଶରେ ସେ ତାଙ୍କ ଆଇପିଏଲ୍ ଟିମ୍ କେକେଆର୍ ଜର୍ସିର ରଙ୍ଗ ମଧ୍ୟ ବଦଳାଇ ଦେଇଥିଲେ ।

ରଣଭୀର ସିଂ

Ranveer Singh
Picture Credit -Newsbytes

ରଣଭୀର ସିଂ ଜଣେ ସୁପରଷ୍ଟାର ଅଭିନେତା | ନିଜ କ୍ୟାରିୟରରେ ଅଧିକ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ରଣଭୀର ସିଂ ତାଙ୍କ ସ୍ୱାସ୍ଥ୍ୟ ପାଇଁ ନିଜ ପାଦରେ ଏକ କଳା ସୂତା ବାନ୍ଧିଛନ୍ତି । ତାଙ୍କର ବିଶ୍ୱାସ ରହିଛି ଯେ ପାଦରେ କଳା ସୂତା ବାନ୍ଧିବା ଦ୍ୱାରା ସବୁ ଖରାପ ନଜରୁ ସେ ରକ୍ଷା ପାଇ ଥାଆନ୍ତି ଓ କୌଣସି ରୋଗ ମଧ୍ୟ ତାଙ୍କୁ ହୁଏ ନାହିଁ ।

ଶିଳ୍ପା ଶେଟ୍ଟୀ

ShilpaShetty
Picture Credit – Indulge Express

ବଲିଉଡ ଇଣ୍ଡଷ୍ଟ୍ରିର ଶିଳ୍ପା ଶେଟ୍ଟୀ ହେଉଛନ୍ତି ସବୁଠାରୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଅଭିନେତ୍ରୀ । ସବୁବେଳେ ଏକ୍ସରସାଇଜ , ଯୋଗ ଓ ଖାଇବା ମାଧ୍ୟମରେ ନିଜ ଶରୀରର ଯତ୍ନ ନେଇ ଥାଆନ୍ତି । ସେ ମଧ୍ୟ ଆଇପିଏଲ ରାଜସ୍ଥାନ ରୟାଲ୍ସ ଦଳର ସହ-ମାଲିକାଣୀ ଅଟନ୍ତି। ତାଙ୍କର ବିଶ୍ୱାସ ରହିଛି ଯେ ଯଦି ସେ ଷ୍ଟାଡିୟମକୁ ନିଜ ହାତରେ ଦୁଇଟି ଘଣ୍ଟା  ପିନ୍ଧିକି ନ ଆସନ୍ତି ତେବେ ତାଙ୍କ ଦଳ ମ୍ୟାଚ୍‌ ରେ ହାରିଯିବେ। ତେଣୁ ସେ ଷ୍ଟାଡିୟମକୁ ଯିବା ମାତ୍ରେ ନିଜ ହାତରେ ଦୁଇଟି ହ୍ୟାଣ୍ଡ୍‌ ଓ୍ଵାଚ୍‌ ପିନ୍ଧନ୍ତି । ସେ ଏହାକୁ ନିଜର ଗୁଡ୍‌ ଲକ୍‌ ବୋଲି ଭାବନ୍ତି ।

ଅମିତାଭ ବଚ୍ଚନ

Amitabh Bachchan
Picture Credit -The Siasat Daily

ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନଙ୍କର ରହିଛି ଅଜବ ଅନ୍ଧବିଶ୍ୱାସ । କ୍ରିକେଟ ମ୍ୟାଚ ଦେଖିବାକୁ କିଏ ବା ପସନ୍ଦ ନ କରେ , ଏମିତିକି ଅମିତାଭ ବଚ୍ଚନ ମଧ୍ୟ ନିଜ ପ୍ରିୟ ଦଳର କ୍ରିକେଟ ମ୍ୟାଚ୍‌ ଦେଖିବାକୁ ପସନ୍ଦ କରନ୍ତି କିନ୍ତୁ ଅମିତାଭ ବଚ୍ଚନ ଏତେ ବଡ ବଲିଉଡ ଷ୍ଟାର ହୋଇ ମଧ୍ୟ ତାଙ୍କର ରହିଛି ଏମିତି ଭାବନା। କ୍ରିକେଟ୍ ଦେଖିବାକୁ ଭଲପାଉଥିବା ଅମିତାଭ ବଚ୍ଚନ ଟିଭିରେ ନିଜ ଦଳର ମ୍ୟାଚ୍ ସିଧା ଦେଖନ୍ତି ନାହିଁ। ସେ ଭାବନ୍ତି ଯେ କ୍ରିକେଟ ମ୍ୟାଚ୍‌ ଲାଇଭ୍ ଦେଖିବା ଦ୍ୱାରା ଟିମ୍ ଇଣ୍ଡିଆର ପ୍ରଦର୍ଶନ ଖରାପ ହୋଇଥାଏ ।

ଅମିର ଖାନ

Amir Khan
Picture Credit – Cinestaan

ବଲିଉଡ ର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ବିଶ୍ୱାସ କରନ୍ତି ଯେ ଡିସେମ୍ବର ମାସ ତାଙ୍କ ପାଇଁ  ସବୁଠାରୁ ଭଲ ମାସ ଓ ଏହି ମାସ ତାଙ୍କୁ ଅନେକ ସାରା ଗୁଡ୍‌ ଲକ୍‌ ଆଣିଦେଇଥାଏ । ସେଥିପାଇଁ ତାଙ୍କର ସବୁ ବଡ ବଡ କାମ ସେ ଡିସେମ୍ବର ମାସରେ  କରିଥାଆନ୍ତି । ଏମିତିକି ସେ ଏହି ମାସରେ ତାଙ୍କର ପ୍ରାୟ ସମସ୍ତ ଚଳଚ୍ଚିତ୍ର ରିଲିଜ୍ କରିବାକୁ ଚେଷ୍ଟା କରନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.