ବାଲିଗୁଡ଼ା(କେନ୍ଯୁଜ୍): କାରାଗାରରୁ କଏଦୀ ଫେରାର। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛି। କଏଦୀ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଟୁକୁନା ମଳିକ। ସେ ଏକ ହତ୍ୟା ଘଟଣାରେ ଦୀର୍ଘ ଦେଢ ବର୍ଷ ହେବ ବାଲିଗୁଡ଼ା ଉପଖଣ୍ଡ କାରାଗାରରେ ବିଚାରଧୀନ କଏଦୀ ଭାବେ ସଜା କାଟୁଥିଲେ।
ତେବେ କଏଦୀ ଜଣକ କିପରି ଜେଲ୍ରୁ ଫେରାର ହେଲେ ସେନେଇ ଉପଖଣ୍ଡ କାରାଗାଗର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।