ମୁମ୍ବାଇ ପୋଲିସଙ୍କ ମାନବିକତା ଦେଖି ୟୁଜର୍ସ କଲେ ପ୍ରଂଶସା, ଭାଇରାଲ ହେଲା ଭିଡ଼ିଓ
ମୁମ୍ବାଇ ପୋଲିସକୁ ନେଇ ସବୁବେଳେ କିଛି ନା କିଛି ଖବର ସାମ୍ନାକୁ ଆସେ। କିନ୍ତୁ ଏବେ ଏକ ଇନସ୍ପିରେସନାଲ ଭିଡ଼ିଓ ଦେଖିବାକୁ ମିଳିଛି। ଯାହାକୁ ଦେଖି ୟୁଜର୍ସ ଖୁବ ପସନ୍ଦ କରିଛନ୍ତି। ଭାଇରାଲ ଭିଡ଼ିଓରେ ଏକ ପୋଲିସ ଅଧିକାରୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସଡ଼କ ବା ରାସ୍ତା ପାର କରାଉଥିବାର ଦେଖିବାକୁ ମିଳିଛି। ଟ୍ରାଫିକ ଭିଡ଼ରେ ଏହି ଦିବ୍ୟାଙ୍ଗ ଜଣକ ରାସ୍ତା ପାର କରିପାରୁନଥିଲେ। ଯାହାକୁ ସାହାଯ୍ୟ କରିବାକୁ ଯାଇଛନ୍ତି ମୁମ୍ବାଇ ପୋଲିସ।
ପୋଲିସ ଜଣକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ହାତ ଧରି ତାଙ୍କୁ ରାସ୍ତା ପାର କରାଉଛନ୍ତି। ଏହି ଭିଡ଼ିଓକୁ ଜଣେ ବ୍ୟକ୍ତି କ୍ୟାପଚର କରି ପୋଷ୍ଟ କରିଛନ୍ତି। ପୋଲିସଙ୍କର ଲହି ମାନବିକତାକୁ ଦେଖି ୟୁଜର୍ସମାନେ ଖୁବ ପସନ୍ଦ କରୁଛନ୍ତି। ଏହି କ୍ଲିପ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।
View this post on Instagram
ଦିବ୍ୟାଙ୍ଗ ଜଣକ ଏହି ରାସ୍ତାକୁ ପାର କରିପାରୁନଥିଲେ। ଯାହାକୁ ଦେଖି ପୋଲିସ ଜଣକ ନିଜକୁ ରୋକି ପାରିଲେ ନାହିଁ। ସାହାଯ୍ୟ କରିବା ପାଇଁ ତାଙ୍କ ପାଖକୁ ଚାଲିଗଲେ । ପରେ ଖୁବ ସାବଧାନତା ସହ ରାସ୍ତା ପାର ମଧ୍ୟ କରାଇଲେ ।
ଏହି ସାହାଯ୍ୟ ପାଇଁ ପୋଲିସଚ ଅଧିକାରୀ ଜଣକ ସବୁ ମହଲରୁ ଖୁବ ପ୍ରଂଶସା ସାଉଁଟିଛନ୍ତି। ଏହାକୁ ଇନଷ୍ଟାଗ୍ରାମରେ ମୁମ୍ବାଇ ପୋଲିସ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସାହାଯ୍ୟ କରୁଥିବା ପୋଲିସ ଅଧିକାରୀଙ୍କ ନାମ ହେଉଛି ଏଚସି ରାଜେନ୍ଦ୍ର ସୋନାଓ୍ଵନେ।