ମୋବାଇଲ ଫ୍ଲାସ ଲାଇଟରୁ ବି କରିପାରିବେ ହାର୍ଟ ରେଟ୍‌ ଚେକ୍‌, କେମିତି କରିବେ ଜାଣନ୍ତୁ ଉପାୟ

ବର୍ତ୍ତମାନ ଯୁଗରେ ଟେକ୍ନୋଲୋଜୀ ଏତେ ଆଡଭାନ୍ସ କଳାଣି ଯେ ସ୍ମାର୍ଟଫୋନ ଜରିଆରେ ପ୍ରାୟ ସବୁ କାମ ହୋଇପାରୁଛି। ଦିନ ଥିଲା ଲୋକେ ମୋବାଇଲର ବ୍ୟବହାର କେବଳ ଦୂରରେ ଥିବା ବ୍ୟକ୍ତିଙ୍କ ସହ ଜଣେ ଜଣଙ୍କ ସହ ସମ୍ପର୍କରେ ରହିବାକୁ କରୁଥିଲେ। କିନ୍ତୁ ଏବେ ଏହା ଜରିଆରେ ଅନେକ କିଛି କାମ ସମ୍ଭବ ହୋଇପାରୁଛି।

ଟେକ୍ନୋଲୋଜୀ ଏତେ ଆଗକୁ ବଢ଼ିଗଲାଣି ଯେ ଏବେ ମୋବାଇଲ କ୍ୟାମେରା ଫ୍ଲାସଲାଇଟରୁ ଆପଣ ନିଜ ହାର୍ଟ ରେଟ ବି ଜାଣିପାରିବେ। କଣ ଏହା ଶୁଣି ବିଶ୍ୱାସ କରିପାରୁନାହାଁନ୍ତି କିନ୍ତୁ ଏପରି ସତରେ ହୋଇପାରିବ। କେମିତି ମୋବାଇଲ ଫ୍ଲାସ ଲାଇଟରୁ ହାର୍ଟ ରେଟ ଜାଣିବେ ଜାଣନ୍ତୁ।

ଆପଣ ଆପଣଙ୍କ ମୋବାଇଲ କ୍ୟାମେରା ଫ୍ଲାସଲାଇଟ ସାହାଯ୍ୟରେ ଆପଣଙ୍କର ହାର୍ଟରେଟର ପତ୍ତା ଲଗାଇପାରିବେ। ଏଥିପାଇଁ ଆପଣଙ୍କୁ ଏକ ଆପ୍ଲିକେସନର ଆବଶ୍ୟକ ପଡିବ। ଅନେକ ଆପ୍ ରହିଛି ଯାହାଦ୍ୱାରା ଆପଣ ହାର୍ଟ ରେଟ ଚେକ କରିପାରିବେ କିନ୍ତୁ ଏହି ସବୁ ଆପ୍ ମଧ୍ୟରୁ ଗୋଟିଏ ହେଉଛି ଇନଷ୍ଟାଣ୍ଟ ହାର୍ଟ ରେଟ। ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋରରୁ ଆପଣ ପାଇପାରିବେ।

  1. ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ ହାଟରେଟ୍ ଆପ୍ ଡାଉନଲୋଡ୍ କରନ୍ତୁ।
  2. ଏହାପରେ ଏହି ଆପକୁ ଓପନ କରି ଆଙ୍ଗୁଳିକୁ ସ୍ମାର୍ଟଫୋନ କ୍ୟାମେରା ଉପରେ ରଖନ୍ତୁ।
  3. ଏତିକି କରିବା ପରେ ଆପଣଙ୍କୁ ପ୍ରାୟ ଗୋଟେ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।
  4.  ଅପେକ୍ଷା କରିବା ପରେ ଆପଣଙ୍କୁ ହାର୍ଟରେଟ ଦେଖାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.