ଆଲିଆଙ୍କ ବିରୋଧରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ, ଅଭିନେତ୍ରୀ କରିନାହାନ୍ତି ହୋମ କ୍ୱାରେଣ୍ଟାଇନ ନିୟମର ଉଲ୍ଲଙ୍ଘନ : BMC ଅଧିକାରୀ
ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ମନମାନି ପାଇଁ ବିଏମସି କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଖବର ଆସିଥିଲା। କିନ୍ତୁ ଏହା ପରେ ବିଏମସିର ଜଣେ ବରିଷ୍ଠ ଅଧିକାରୀ ବଲିଉଡ ଅଭିନତ୍ରୀ ଆଲିଆ ଭଟ୍ଟଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଖବର ଆସିଛି। ପୂର୍ବରୁ ଖବର ଆସୁଥିଲା କି, ଆଲିଆ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଫିଲ୍ମର ପ୍ରମୋସନ ପାଇଁ ଦିଲ୍ଲୀ ପହଞ୍ଚିଥିଲେ। ପାଣ୍ଡେମିକ୍ ଆକ୍ଟ ଅନୁଯାୟୀ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କୋଭିଡ ରିପୋର୍ଟ ନେଗେଟିଭ ଆସିଥିଲା, କିନ୍ତୁ ବିଏମସି ନିୟମ ଅନୁଯାୟୀ, ହାଇ-ରିସ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ଆବଶ୍ୟକ ।
ସୂଚନା ଅନୁଯାୟୀ, ଆଲିଆ ଭଟ୍ଟ ବ୍ରହ୍ମାସ୍ତ୍ରର ମୋସନ ପୋଷ୍ଟର ରିଲିଜ୍ ପାଇଁ ରଣବୀର କପୁରଙ୍କ ସହ ଦିଲ୍ଲୀ ଆସିଥିଲେ। ଏଠାରେ ସେ ଅନେକ ଲୋକଙ୍କୁ ମଧ୍ୟ ଭେଟିଥିଲେ। ଏଭଳି ପରିସ୍ଥିତିରେ ଆଲିଆ ନିୟମ ଭଙ୍ଗ କରିଛନ୍ତି। ବର୍ତ୍ତମାନ ବିଏମସି ଏହି ଘଟଣାକୁ ନେଇ ଯାଞ୍ଚ କରୁଛି। ବିଏମସି କହିଛନ୍ତି, ଯଦି ସେ ଜଣେ ସେଲିବ୍ରିଟି ହୋଇ ଏପରି ନିୟମ ଭଙ୍ଗ କରନ୍ତି, ତେବେ ସାଧାରଣ ଲୋକ କିପରି ସଚେତନ ହେବେ।
ନିକଟରେ ଡିସେମ୍ବର ୮ ତାରିଖରେ କରନ ଜୋହରଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏକ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ କରୀନା କପୁର, ଅମୃତା ରାଓଙ୍କ ସମେତ ଆଲିଆ ଭଟ୍ଟ ମଧ୍ୟ ଯୋଗ ଦେଇଥିଲେ। ଏହି ପାର୍ଟି ପରେ କରୀନା ଓ ଅମୃତା କରୋନାରେ ସଂକ୍ରମିତ ହୋଇଥିଲେ। କେବଳ ଏମାନେ ନୁହେଁ, ବଲିଉଡର ଅନ୍ୟ ସେଲିବ୍ରିଟି ସୋହେଲଙ୍କ ଖାନଙ୍କ ପତ୍ନୀ ସୀମା ଖାନ ଏବଂ ସଂଜୟ କପୁରଙକ ପତ୍ନୀ ମହିପ କପୁରଙ୍କ ମଧ୍ୟ ରିପୋର୍ଟ ପଜିଟିଭ ଆସିଥିଲା। ଏମାନଙ୍କ ସହ ସମ୍ପର୍କରେ ଆସିଥିବା ଯୋଗୁଁ ଆଲିଆ ଭଟ୍ଟ ମଧ୍ୟ ନିଜ ଆର୍ଟିପିସିଆର୍ ଟେଷ୍ଟ କରାଇଥିଲେ। ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲେ ମଧ୍ୟ ବିଏମ୍ସି ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲା। କିନ୍ତୁ ଆଲିଆ କରୋନା ପ୍ରୋଟୋକଲ ଭାଙ୍ଗି ଫିଲ୍ମର ପ୍ରମୋସନ ପାଇଁ ଦିଲ୍ଲୀ ପହଞ୍ଚିଥିଲେ।