ମଧୁମେହ ରୋଗୀ ନିୟମିତ ଖାଆନ୍ତୁ ଲାଲ୍ କଦଳୀ, ଶରୀରକୁ ମିଳିବ ଏହି ସବୁ ଫାଇଦା

ସାଧାରଣତଃ ଆପଣ ବାହାରେ ହଳଦିଆ ରଙ୍ଗର କଦଳୀ ଖାଇଥିବେ। କିନ୍ତୁ କେବେ ଲାଲ୍ କଦଳୀ ଖାଇଛନ୍ତି ଯାହାକୁ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଇଛି। ଏହି କଦଳୀକୁ ନିୟମିତ ଖାଇବା ଦ୍ୱାରା କେବଳ ଶକ୍ତି ବୃଦ୍ଧି ହୁଏ ନାହିଁ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୁଏ। ବିଶ୍ୱର ସବୁଠାରୁ କଦଳୀ ଉତ୍ପାଦନକାରି ଦେଶ ହେଉଛି ଭାରତ। ପ୍ରାୟ ୪.୫ ଲକ୍ଷ ହେକ୍ଟରରେ ଏଠାରେ କଦଳୀ ଚାଷ କରାଯାଏ। ଆମ ଦେଶରେ ବାର୍ଷିକ ୧୮୦ ଲକ୍ଷ ଟନରୁ ଅଧିକ କଦଳୀ ଉତ୍ପାଦନ କରାଯାଏ। ଦୁନିଆରେ ମିଳୁଥିବା ୩୦୦ ପ୍ରଜାତିର କଦଳୀ ମଧ୍ୟରୁ ପ୍ରାୟ ୩୦-୪୦ ପ୍ରଜାତି ଭାରତରେ ମିଳିଥାଏ।

ଏହି ପ୍ରଜାତିର କଦଳୀ ମଧ୍ୟରୁ ଗୋଟିଏ ହେଉଛି ଲାଲ୍ କଦଳୀ। ଏହାର ସ୍ୱାଦ ମିଠା ହୋଇଥାଏ । ଲାଲ୍ କଦଳୀ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ପରିପୂର୍ଣ୍ଣ। ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଥକ୍କା, ଦୁର୍ବଳତା ଦୂର ହୋଇ ଦିନସାରା ଶକ୍ତିଶାଳୀ ଅନୁଭବ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ଲାଲ୍ କଦଳୀରେ କେଉଁ ସବୁ ଉପକାରୀ ଗୁଣ ଭରିରହିଛି ।

ଶରୀରର ପ୍ରତିରକ୍ଷା ପ୍ରଣାଳୀ ପାଇଁ ଉପକାର :

ଲାଲ୍ କଦଳୀରେ ଭିଟାମିନ୍ ସି ଏବଂ ଭିଟାମିନ୍ B6 ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରେ। ଶରୀରରେ ୱାଇଟ୍ ବ୍ଲଡ୍ ସେଲ୍ସର ସୁରକ୍ଷା ବୃଦ୍ଧିରେ ଭିଟାମିନ୍ B6 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁଥିପାଇଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୁଏ ଏବଂ ଏହା ରୋଗର ମୁକାବିଲା କରିବାରେ ସାହାଯ୍ୟ କରେ।

ହାଡକୁ ମଜବୁତ ରଖେ:

ଲାଲ୍ କଦଳୀକୁ ନିୟମିତ ଖାଇବା ଦ୍ୱାରା ହାଡ ଦୃଢ ହୋଇଥାଏ |ଏହାକୁ କ୍ରମାଗତ ଭାବରେ ଖାଇବା ଦ୍ୱାରା ହୃଦ୍ ରୋଗ ଏବଂ କର୍କଟ ଭଳି ରୋଗରୁ ସୁରକ୍ଷା ମିଳିଥାଏ। ଲାଲ୍ କଦଳୀରେ ପ୍ରଚୁର ପରିମାଣର ପୋଟାସିୟମ୍ ମିଳିଥାଏ, ଯାହା କିଡନୀ ଷ୍ଟୋନ ଗଠନକୁ ରୋକିଥାଏ।ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କାରଣରୁ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଓଜନ କମାଇଥାଏ :

ନାଲି କଦଳୀ ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ। ଏହାକୁ ଖାଇବା ଦ୍ୱାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିଥାଏ। ଏହି କାରଣରୁ ଶରୀରରେ ଗଚ୍ଛିତ ଚର୍ବି ଶୀଘ୍ର କମିଯାଏ । ତେଣୁ ଓଜନ ବଢୁଥିବା ଅସୁବିଧା ଭୋଗୁଥିବା ଲୋକମାନେ ଦୈନନ୍ଦିନ ଖାଦ୍ୟରେ ଲାଲ୍ କଦଳୀ ଅନ୍ତର୍ଭୁକ୍ତ କରିବା ଉଚିତ୍।

ମଧୁମେହ ନିୟନ୍ତ୍ରଣ ରଖିଥାଏ:

ଯଦି ଆପଣଙ୍କର ମଧୁମେହ ଅଛି, ତେବେ ଲାଲ୍ କଦଳୀ ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରେ। ଏଥିରେ ଥିବା ଫାଇବର ରକ୍ତରେ ଶର୍କରା ସ୍ତରର ହଠାତ୍ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ। ଯେଉଁ କାରଣରୁ ମଧୁମେହ ରୋଗୀମାନେ ଏହି ରୋଗରୁ ବହୁ ପରିମାଣରେ ଆରାମ ପାଆନ୍ତି।

ରୋଗରୁ ମୁକ୍ତି ମିଳିଥାଏ :

ଲାଲ୍ କଦଳୀରେ ପୋଟାସିୟମ୍ ଅଧିକ ମାତ୍ରାରେ ରହିଥାଏ। ଏହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସହିତ ଜଡିତ ସମସ୍ୟା ଦୁର ହୋଇଥାଏ। କର୍କଟ ଭଳି ଏକ ଗମ୍ଭୀର ରୋଗର ଶିକାର ହେବାର ଆଶଙ୍କା କମ୍ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.